Onn 3

କୃଷି ବିଭାଗ ପକ୍ଷରୁ ମୟୂରଭଞ୍ଜରେ ପାଳନ କରାଗଲା ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ

State

ବାରିପଦା: ଅଦ୍ୟ ମଙ୍ଗଳବାର ଦିନ କୃଷି ବିଭାଗ, ମୟୂରଭଞ୍ଜ ଓ କୃଷି ବିଜ୍ଞାନ, ମୟୂରଭଞ୍ଜ-୧, ଶ୍ୟାମାଖୁଣ୍ଟା ମିଳିତ ଅନୁକୁଲ୍ୟରେ ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ହୋଇ ଯାଇଅଛି ৷ ଇତ୍ୟବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିଲେ І ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତରୁଣ କୁମାର ଛୋଟରାୟ, ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ମୟୂରଭଞ୍ଜ-୧ ଡା. ସଂଘମିତ୍ରା ପଟ୍ଟନାୟକ, ମୟୂରଭଞ୍ଜ-୨ ଡା.ଦୀପକ କୁମାର ମହାନ୍ତି, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ଶ୍ରୀ ଚିନ୍ତାମଣି ଜେନା, ଜିଲ୍ଲା କୃଷି ଅଧିକାରୀ ଯଶିପୁର ଶ୍ରୀ ତପନ କୁମାର ମହାପାତ୍ର, ଉଦଳା ଶ୍ରୀ ଜୟନ୍ତ କୁମାର ରାଉତ, ବାଙ୍ଗରିପୋଷୀ ଶ୍ରୀ ହେମନ୍ତ କୁମାର ଜେନା, କରଞ୍ଜିଆ ଶ୍ରୀ ରାମଚନ୍ଦ୍ର ନାଏକ , ଏରିଆ ମ୍ୟାନେଜେର, ମାଟ୍ରିକ୍ସ କାଞ୍ଚନ ଏସ ଏମ ପାତ୍ର, ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଗଣ, ସଦର ମହକୁମାର ଗଣମାଧ୍ୟମ ପ୍ରତିନିଧିମାନେ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ଚାଷୀ ଯୋଗ ଦେଇଥିଲେ ∣

କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ଅତିଥି ଏବଂ କୃଷି ବୈଜ୍ଞାନିକ ତଥା ଅଧିକାରୀ ମାନେ ମୃତ୍ତିକା ଏବଂ ଚାଷ କାର୍ଯ୍ୟକୁ ଛାଡି ଦେଲେ ଦୈନନ୍ଦିନ ଜୀବନରେ ଏହାର ପ୍ରକୃତ ପ୍ରଭାବ ବିଷୟରେ ଆଲୋକପାତ କରିଥଲେ∣ ଏହି ଅବସରରେ, ପୂର୍ବରୁ “ମୃତ୍ତିକା ଓ ଜଳ-ଜୀବନର ଉତ୍ସ” ବିଷୟ ରେ ହୋଇଥିବା ପୋଷ୍ଟର ପ୍ରତିଯୋଗିତାରେ କୃତି ହୋଇଥିବା କନିଷ୍ଠ ଓ ବରିଷ୍ଠ ବର୍ଗ ର ପ୍ରଥମ ତିନି ଜଣ ଛାତ୍ର,ଛାତ୍ରୀ ଙ୍କୁ ଫଳକ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ∣ ବରିଷ୍ଠ ବର୍ଗରେ ଆଶିଷ ବିଶ୍ୱାଳ ପ୍ରଥମ, କୁମାରୀ ଆନନ୍ଦିତା ମୈତି ଦ୍ୱିତୀୟ, କୁମାରୀ ପ୍ରଜ୍ଞାଶ୍ରୀ ମହାନ୍ତି ତୃତୀୟ ପୁରସ୍କାର ପାଇଥିଲେ ∣ ସେହିପରି କନିଷ୍ଠ ବର୍ଗରେ କୁମାରୀ ଶ୍ରାବଣୀ ଜେନା ପ୍ରଥମ, ଶ୍ରୀ ସାଇକ୍ରିଷ୍ଣା ମହାନ୍ତି ଦ୍ୱିତୀୟ, କୁମାରୀ ମୁସ୍କାନ ଖାତୁନ ପୁରସ୍କାର ପାଇଥିଲେ ∣ ଏହି ଅନୁକୁଲ୍ୟରେ ବିଭିନ୍ନ ବ୍ଲକ ରୁ ଆସିଥିବା ଚାଷୀ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ∣ ଏହି କାର୍ଯ୍ୟକ୍ରମ କୁ ମୁଖ୍ୟତଃ ଶ୍ରୀମତୀ ସାରଦା ହାଁସଦା,ସହକାରୀ କୃଷି ନିର୍ଦ୍ଦେଶକ, ମୃତ୍ତିକା ରସାୟନ, କୁମାରୀ ମଧୁସ୍ମିତା ଜେନା, ସହକାରୀ କୃଷି ନିର୍ଦ୍ଦେଶକ, ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ସହକାରୀ କୃଷି ଅଧିକାରୀ ପରିଚାଳନା କରିଥିଲେ ଏବଂ ଅନ୍ୟ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ |