ଜୟପୁର: ଏସଟିଏଫ୍ ଜାଲରେ ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । କୋରାପୁଟ ଜିଲ୍ଲା ପୋଲିସ ଓ ଜୟପୁର ବନବିଭାଗ ସହାୟତରେ ଏସଟିଏଫ୍ ଜୟପୁର-ବୈପାରିଗୁଡା ବାଇପାସ ରୋଡରେ ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ରାସ୍ତା କଡରେ ଡିଲ ଚାଲିଥିବା ବେଳେ ଏସଟିଏଫ୍ ଏବଂ ବନ ବିଭାଗ ମିଳିତ ଭାବେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ବେପାରୀ ଦ୍ୱୟ ହେଲେ ବଡପଦର ଅଞ୍ଚଳର ସୋମାରୁ ମାତପଡିଆଙ୍କ ପୁଅ ଦୁର୍ଯ୍ୟ ମାତପଡିଆ ଓ ମାଝିଗୁଡା ଅଞ୍ଚଳର ଲଳିତ ହରିଜନଙ୍କ ପୁଅ କାର୍ତ୍ତିକ ହରିଜନ ।
