Onn 3

ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର

Crime State

 

ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ଭୁବନେଶ୍ବର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏହି ଘଟଣା ଘଟିଛି । ମୃତକ ହେଲେ ପପୁନି ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରୁଥିଲେ । ପପୁନିକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ସାତ ବର୍ଷ ଧରି ଯୁବତୀଙ୍କ ସହ ପପୁନିଙ୍କର ପ୍ରେମ ସମ୍ପର୍କ ଥିଲା ।

ଗତକାଲି ସକାଳେ ସେ ପ୍ରେମିକାଙ୍କ ଘରକୁ ଆସିଥିଲେ । କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା । ଏଥିପାଇଁ ପପୁନି ଘର ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ପୋଲିସକୁ କହିଛନ୍ତି । ପରବର୍ତ୍ତୀ ସମୟରେ ପପୁନି ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଫୋନରେ ଜଣାଇଥିଲେ ଯୁବତୀ । ପପୁନିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେମିତି ହେଲା ମୃତ୍ୟୁ ? କଣ କାରଣ ? ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ଅଧିକ ଖୋଳତାଡ କରୁଛି ।