ଏଥି ସହିତ ଆଜି ଏକ କ୍ୟାବିନେଟ ବୈଠକ ମଧ୍ୟ ହେବାକୁ ଯାଉଛି। ଏହି ବୈଠକରେ ନୀତୀଶ କୁମାର ଯୋଗ ଦେବେ। ପ୍ରଶ୍ନ ଉଠିଛି ଯେ ଯଦି କ୍ୟାବିନେଟରେ ଯୋଗ ଦେବେ, ତେବେ ଇଣ୍ଡିଆ ମେଣ୍ଟ ବୈଠକକୁ କାହିଁକି ଯିବେ ନାହିଁ | ଏହାପୂର୍ବରୁ, ଇଣ୍ଡିଆ ମେଣ୍ଟକୁ ନେଇ ନୀତୀଶ କୁମାରଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା। ସେ କିଛିଦିନ ତଳେ କହିଥିଲେ ଯେ ଇଣ୍ଡିଆ ମେଣ୍ଟ ଉପରେ କଂଗ୍ରେସ ଧ୍ୟାନ ଦେଉନାହିଁ। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଆଗ୍ରହୀ। ନୀତୀଶ କୁମାର କହିଥିଲେ ଯେ ପାଟନା ଏବଂ ଅନ୍ୟାନ୍ୟ ସ୍ଥାନରେ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଇଣ୍ଡିଆ ମେଣ୍ଟ ଗଠନ ପାଇଁ ନିଷ୍ପତ୍ତି ନିଆଗଲା। ତେବେ ଏପର୍ଯ୍ୟନ୍ତ ସେଭଳି କୌଣସି ଆଖିଦୃଶିଆ କାମ କରାଯାଇନାହିଁ |