Onn 3

କୋଲକାତା ଭାରତର ସବୁଠାରୁ ସୁରକ୍ଷିତ ସହର: ଏନସିଆରବି

National & International

 

kolkata-750x430

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କୋଲକାତା କ୍ରମାଗତ ତୃତୀୟ ବର୍ଷ ପାଇଁ ଭାରତର ସବୁଠାରୁ ସୁରକ୍ଷିତ ସହର ଭାବେ ଉଭା ହୋଇଛି ଏବଂ ମହାନଗରଗୁଡ଼ିକ ମଧ୍ୟରେ ପ୍ରତି ଲକ୍ଷ ଜନସଂଖ୍ୟାରେ ସର୍ବନିମ୍ନ ସଂଖ୍ୟକ ଅପରାଧ ରେକର୍ଡ କରାଯାଇଛି।

ଏନସିଆରବି ତଥ୍ୟ ଅନୁଯାୟୀ, ଦେଶର ଏହି ମହାନଗରରେ ୨୦୨୨ରେ ପ୍ରତି ଏକଲକ୍ଷ ଲୋକରେ ୮୬.୫ଟି ଧର୍ତ୍ତବ୍ୟ ଅପରାଧ ମାମଲା ସାମ୍ନାକୁ ଆସିଥିବା ବେଳେ ପୁଣେ (୨୮୦.୭) ଏବଂ ହାଇଦ୍ରାବାଦ (୨୯୯.୨) ତୃତୀୟ ସ୍ଥାନରେ ରହିଛନ୍ତି।

ଦେଶରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଏବଂ ଏସଏଲଏଲ (ସ୍ପେଶାଲ ଆଣ୍ଡ ଲୋକାଲ ଲ)ର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଏ। ଏନସିଆରବି ରିପୋର୍ଟ ଅନୁଯାୟୀ, କୋଲକାତାରେ ୨୦୨୧ରେ ପ୍ରତି ଏକଲକ୍ଷ ଲୋକରେ ୧୦୩.୪ ଟି ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ଏହା ୮୬.୫କୁ ହ୍ରାସ ପାଇଛି। ୨୦୨୦ରେ ଏହି ସଂଖ୍ୟା ୧୨୯.୫ ଥିଲା।

ସେହିପରି ୨୦୨୧ରେ ପୁଣେ ଓ ହାଇଦ୍ରାବାଦରେ ପ୍ରତି ଏକଲକ୍ଷ ଜନସଂଖ୍ୟାରେ ଯଥାକ୍ରମେ ୨୫୬.୮ ଓ ୨୫୯.୯ ଅପରାଧ ହୋଇଥିଲା। ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୧୯ଟି ସହର ମଧ୍ୟରେ ତୁଳନା ପରେ ଏହି ମାନ୍ୟତା ଜାରି କରାଯାଇଛି।

ତେବେ କୋଲକାତାରେ ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଛି। ୨୦୨୧ରେ ଏହି ସଂଖ୍ୟା ୧୭୮୩ ଥିବା ବେଳେ ୨୦୨୨ରେ ଏହା ୧୮୯୦କୁ ବୃଦ୍ଧି ପାଇଛି। କୋଲକାତାରେ ମହିଳାଙ୍କ ବିରୋଧରେ ଅପରାଧ ହାର ପ୍ରତି ଏକଲକ୍ଷ ଜନସଂଖ୍ୟାରେ ୨୭.୧ ରହିଛି, ଯାହା କୋଏମ୍ବାଟୁରର ୧୨.୯ ଏବଂ ଚେନ୍ନାଇର ୧୭.୧ ତୁଳନାରେ ଅଧିକ।