Defult onn2

ଭରପୁର ଜମୁଛି ଆଦିଫେଷ୍ଟ ୨୦୨୪, ରବିବାର ଆସୁଛନ୍ତି ଗୋବିନ୍ଦା

State

ସ୍ଥାନୀୟ କଳାକାର ଏବଂ ସତ୍ୟଜିତ ପ୍ରଧାନଙ୍କ ଗୀତରେ ମତୁଆଲା ବାରିପଦା ମାଟି

ବାରିପଦା: ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୁରଭଞ୍ଜ ଦ୍ୱାରା ବାରିପଦା ଛଉ ପଡିଆରେ ଆଦିଫେଷ୍ଟ ୨୦୨୪ ମହା ଆଡମ୍ବରରେ ଅନୁଷ୍ଠିତ ହେଉଅଛି l ଏହି ଆଦିଫେଷ୍ଟ କାର୍ଯ୍ୟକ୍ରମ ୧୭ ତାରିଖ ଦିନ ୧୨ରେ ଆରମ୍ଭ ହୋଇ ସଗୌରବେ ଚାଲୁଅଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୟୁରଭଞ୍ଜ ଜିଲାର ବିଭିନ୍ନ ପଞ୍ଚାୟତରେ ଥିବା ବଛା ବଛା ଆଦିବାସୀ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ଦ୍ୱାରା ପୁରାତନ ଆଦିବାସୀ ନାଚ ଗୀତ ପରିବେଷଣ କରାଯାଇଥିଲା ଏବଂ ପରିଶେଷରେ ଆଦିବାସୀଙ୍କ ଏହି ଆଦି କଳାକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ତରଫରୁ ସେମାନଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ପ୍ରଦାନ କରାଯାଇଥିଲା।

ସନ୍ଧ୍ୟାରେ ଓଲିଉଡ୍ ସିନେ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ଟିମ୍ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା। ଏହି ଆଦିଫେଷ୍ଟରେ ଖାଲି ଯେ ଆଦିବାସୀ କଳାକାରଙ୍କ ଦ୍ୱାରା ନାଚଗୀତ ଵା ସତ୍ୟଜିତ ଓ ଟିମ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା ତାହାନୁହେଁ। ଏଠାରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରଦର୍ଶିତ ସାମଗ୍ରୀ ଯଥା, ମିଲେଟ ଖାଦ୍ୟ, ଆଦିବାସୀ ହସ୍ତତନ୍ତ ବସ୍ତ୍ର, ଘର ସାଜସଜା ସାମଗ୍ରୀ ସମସ୍ତଙ୍କୁ ବେଶ ଆକର୍ଷିତ କରିଥିଲା l ଗୋଟିଏ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଏପରି ଆୟୋଜନ ସମ୍ପୂର୍ଣ୍ଣ ପରିବେଶକୁ ବେଶ ଆନନ୍ଦିତ କରିଥିଲା l ଉପସ୍ଥିତ ଦର୍ଶକେ କାର୍ଯ୍ୟକ୍ରମ ଉପଭୋଗ କରିବାସହ ଆବଶ୍ୟକୀୟ ଉପକରଣ କିଣା ବିକା ଓ ଖାଦ୍ୟପେୟର ବେଶ ମଜା ଉଠାଇଥିଲେ। ରବିବାର ଗୋବିନ୍ଦା ଆସୁଥିବାରୁ କଳା ଓ ସଂସ୍କୃତିର ମାଟି ବାରିପଦାରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି।