Onn 3

ବିଜେପି ନେତାଙ୍କ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପ ପରିଦର୍ଶନ

Politics State

ନିଶ୍ଚିନ୍ତକୋଇଲି : ଭାରତ ସରକାରଙ୍କର କ୍ଷୁଦ୍ର,ଅଣୁ ଓ ମଧ୍ୟମ ଶିଳ୍ପ ମନ୍ତ୍ରାଳୟ ରାଷ୍ଟ୍ରୀୟ ବୋର୍ଡ଼ ସଦସ୍ୟ ତଥା ମାହାଙ୍ଗା ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ବିଭିନ୍ନ ଗିରି ଗୋବର୍ଦ୍ଧନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି । କେନ୍ଦୁପାଟଣା ପଞ୍ଚାୟତ ଖଣ୍ଡଗାଁ ଗ୍ରାମର ସର୍ବ ପୁରାତନ ଗିରି ଗୋବର୍ଦ୍ଧନ ଯୁବକ ସଂଘର ସଭାପତି ହିମାଂଶୁ ଶେଖର ଚାନ୍ଦ ଓ ସମ୍ପାଦକ ମନୋଜ କୁମାର ବେହେରା ଏବଂ ଚମ୍ପତ୍ତିପାଟଣା ଖଣ୍ଡଗାଁ ଗ୍ରାମରେ ଥିବା ନାରାୟଣୀ କ୍ଲବର ସଭାପତି ନବୀନ ଚନ୍ଦ୍ର ବେହେରା ଓ ସମ୍ପାଦକ ଲକ୍ଷ୍ମୀଧର ଚାନ୍ଦଙ୍କ ଆତିଥ୍ୟ ଗ୍ରହଣ କରି ଶ୍ରୀ ମିଶ୍ର ଏହି ଦୁଇ ପୂଜା ମଣ୍ଡପ କୁ ଯାଇ ଗ୍ରାମବାସୀ ଏବଂ କର୍ମକର୍ତ୍ତାଙ୍କ ସହିତ ମିଶି ପ୍ରଭୁଙ୍କର ଆର୍ଶିବାଦ ଲାଭ କରିଛନ୍ତି ।

ଶ୍ରୀ ମିଶ୍ରଙ୍କ ସହିତ ବିଜେପି ନେତା ମୀନକେତନ ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର, ପୂର୍ବତନ ସମିତିସଭ୍ୟ ମଳୟ ଘଡ଼ାଇ, ପ୍ରହଲ୍ଲାଦ ଗାହାଣ, ପ୍ରମୋଦ ବାରିକ, କିଶୋର ସାମଲ, ସୁଦର୍ଶନ ଦାସ, ତ୍ରିିଲୋଚନ ମଲିକ ଓ ଯୀଶୁ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।