Onn 3

ମାହାଙ୍ଗା ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ବିଧାୟକ ପ୍ରତାପ ଜେନା

Politics State

ନିଶ୍ଚିନ୍ତକୋଇଲି: ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ କରକମଳରେ ମାହାଙ୍ଗା ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ଏବଂ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜୟପୁର ବଜାର ରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ବିଧାୟକ ଶ୍ରୀ ଜେନାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା l ପରେ ପରେ ଜୟପୁର ବଜାର ଠାରୁ ସାହାପୁର ପର୍ଯ୍ୟନ୍ତ ବିରୂପା ବାମପାର୍ଶ୍ଵ ଅବକ୍ଷୟ ନଦୀତଟର ଉନ୍ନତିକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ, ଗୋପାଳପୁର ଠାରୁ ବାଜପୁରା ପର୍ଯ୍ୟନ୍ତ ଗେଙ୍ଗୁଟି ନଦୀବନ୍ଧ ବାମପାର୍ଶ୍ଵ ଅବକ୍ଷୟ ନଦୀ ତଟର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ, ଯଶୋରାଜପୁର ସିଦ୍ଧ ମହାପୁରୁଷ ନିକଟ ବିରୂପା ନଦୀବନ୍ଧ ବାମ ପାର୍ଶ୍ଵ ଅବକ୍ଷୟ ନଦୀତଟର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ,ତ୍ରିନାଥପୁର ନାଲବେଗି କଇଥା ନିକଟରେ ମହା ବିନାୟକ ଯୁବକ ସଂଘ ଗୃହ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ର ଶିଳାନ୍ୟାସ ଏବଂ ଉଦଘାଟନ ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା  ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସମେତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ,ଯୁବନେତା ଅମୀୟ ନାୟକ, ଭବାନୀ ଶଙ୍କର ସାମଲ ଙ୍କ ସମେତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ,ବିଜୁ ଜନତା ଦଳ ନେତୃବୃନ୍ଦ, ହଜାର ହଜାର ସଂଖ୍ୟାରେ ମାଆ ଭଉଣୀ, ଯୁବକ, ଚାଷୀ ଭାଇ ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଚାଷୀ ଭାଇ ଏବଂ ଗ୍ରାମବାସୀଙ୍କ ସମସ୍ୟା ଦୂର ହେବାକୁ ଯାଉଥିବାରୁ ସାଧାରଣ ଜନତା, ଯୁବକ ଏବଂ ଚାଷୀ ଭାଇମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଛନ୍ତି l