Onn 3

ଦୁବୃର୍ତ୍ତ ପୋଡ଼ିଲେ ଫଳଦୋକାନ

Crime State

ଆଗରପଡ଼ା:ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ ଆଗରପଡ଼ା ମୁଖ୍ୟ ବଜାର କଲେଜ ଛକ ଠାରେ ଥିବା ଏକ ଫଳ ଦୋକାନକୁ କେହି ଦୁବୃର୍ତ୍ତ ନିଆଁ ଲଗାଇ ପୋଡ଼ି ଦେଇଥିବାର ଜଣାପଡ଼ିଛି । ପରେ ଦମକଳ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତକରିଥିଲା । ଏଥିରେ ପ୍ରାୟ ତିନି ଲକ୍ଷ ଟଙ୍କାର ଫଳପୋଡ଼ି ଯାଇଛି ବୋଲି ପ୍ରାକ ଆକଳନରୁ ଜଣାପଡ଼ିଛି । ସରକାରୀ ଜାଗାରେ ଜନୈକ ବ୍ୟକ୍ତି ପ୍ରଥମେ ଦୋକାନ କରିଥିଲେ ପରେ ଏହି ବ୍ୟକ୍ତି ଜଣଙ୍କ କୌଣସି କାରଣରୁ ଦୋକାନ କରି ନପାରି ରଇଁତରା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦେଇଥିଲେ । ପୁଣି ଏହି ବ୍ୟକ୍ତି ଜଣଙ୍କ ଦୋକାନ ଛାଡ଼ିଦେଇ ବଙ୍ଗାଳିସାହିର ଧନେଶ୍ୱର ପାଳଙ୍କୁ ଦୋକାନ କରିବା ପାଇଁ କହିଥିଲେ । ଏହାପରେ ଧନେଶ୍ୱର ଫଳ ଦୋକାନ କରିଥିଲେ । ଘଟଣା ପୂର୍ବ ରାତିରେ କୌଣସି କାରଣ ପାଇଁ ଧନେଶ୍ୱର ଓ ରଇଁତରା ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବାର ଜଣାପଡ଼ିଛି ।