Onn 3

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ସବ୍‌ଷ୍ଟେସନ

State

ଆଗରପଡ଼ା: ବନ୍ତ ବ୍ଲକ ବନ୍ତ ବିଦ୍ୟୁତ୍ ବିଭାଗ ଅଧିନସ୍ଥ ଓଡ଼ଙ୍ଗ ଗ୍ରାମପଂଚାୟତର ଏରଝାଟିଆ ଗ୍ରାମର ମହାନ୍ତିସାହି,ବିଦ୍ୟାଳୟ ଛକ ଓ ହରିଜନସାହି ଆଦି ଏହିପରି ୩ଗୋଟି ପ୍ରମୁଖ ସ୍ଥାନରେ ୩ଗୋଟି ସବ୍‌ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ଅଛି । ଯାହାକି ମଣିଷ ଏବଂ ଗାଈ ଗୋରୁଙ୍କ ପାଇଁ ବିପଦ ସାଜୁଛି । ଉକ୍ତ ସବ୍‌ଷ୍ଟେସନ ଉପରେ ୧୦୦ରୁ ଉର୍ଦ୍ଧ ଉପଭୋକ୍ତା ନିର୍ଭର କରୁଛନ୍ତି । ଉକ୍ତ ରାସ୍ତା ଦେଇ ପିଲାମାନେ ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନୱାଡ଼ିକୁ ଯିବା ଆସିବା କରନ୍ତି ।

ଶତାଧିକ ଯାନବାହାନ ମଧ୍ୟ ଯିବା ଆସିବା କରେ । ଉକ୍ତ ସମସ୍ୟାକୁ ନେଇ ଗ୍ରାମର ପ୍ରଫୁଲ୍ଲ ଜେନା,କାଶିନାଥ ପ୍ରଧାନ,ସନ୍ତୋଷ ଜେନା,ସରୋଜିନୀ ସାହୁ,କାହ୍ନୁ ଯେନା,ଭୀମସେନ ଯେନା,ମାୟାଧର ଯେନା,ପଦ୍ମନାଭ ଯେନା ପ୍ରମୁଖ ଗ୍ରାମବାସୀ ସବ୍‌ଷ୍ଟେସନର ସୁରକ୍ଷା ପାଇଁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ।