Onn 3

କଟକ ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସେବା ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ

State

କଟକ : ଆଜି ଜାତୀୟ ଆଇନ୍ ସେବା ଦିବସ ଉପଲକ୍ଷେ କଟକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁୂ ଏକ ସଚେତନତା କାର୍ଯ୍ୟକ୍ରମ ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ଗ୍ରାମ ପଂଚାୟତ ଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ଶ୍ରୀମତୀ ମାନିନୀ ସାହୁ ସଭାପତିତ୍ୱ କରିଥିଲେ । ଜିଲ୍ଲା ଆଇନ୍ ସେବାପ୍ରାଧିକରଣ ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ଆଇନଜୀବୀ ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା,ସ୍ଥାନୀୟ ସମିତି ସଭ୍ୟ, ଯୁବନେତା ବିଜୟ କୁମାର ସାହୁ, ନିରଞ୍ଜନ ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ପାରାଲିଗାଲ ଭଲ୍ୟୁଟଂର ଶ୍ରୀଯୁକ୍ତ ଲୋକନାଥ ଶତପଥି, କାଂଚନ କର, ସମେତ ସ୍ଥାନୀୟ ସ୍ୱୟଂସହାୟକା ଗୋଷ୍ଠୀର ସଦସ୍ୟା, ବରିଷ୍ଠ ନାଗରିକ ସି.ଆର. ପି. -ସି.ଏମ୍ ଏହିପରି ୧୨୦ଜଣ ବ୍ୟକ୍ତି ଭାଗ ନେଇଥିଲେ ।

୧

ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଆଇନଜିବୀ ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା ଆଇନ୍ ସେବା ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଉପାଦ୍ଦେୟତା ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଚିନ୍ତା, ଚେତନା ଓ ଭାବନାରେ ଜାଗ୍ରତ ହେଲେ ସମସ୍ତ ଲୋକମାନେ ଆଇନ୍ ସେବାର ସୁଫଳ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଆଇନ୍ ସେବା ପ୍ରାଧିକରଣ ଆଇନ୍ ୧୯୮୭ର ବିଭିନ୍ନ ଧାରା ଓ ଉପଧାରାର ଆଲୋଚନା କରି କେଉଁମାନେ ନିଃଶୁକ୍ଳ ଆଇନସେବା ପାଇପାରିବେ ସେ ଉପରେ ବିଶଦ ଆଲୋଚନା କରିଥିଲେ ।ଲୋକ ଅଦାଲତ, ସାମୁଖ୍ୟ କାର୍ଯ୍ୟାଳୟ, ନ୍ୟାୟ ସଂଯୋଗ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ଆପୋଷ ସମାଧାନ , ପ୍ରାକ୍ ବିବାଦ ଓ କୋର୍ଟରେ ବିଚାରାଧିନ ବିବାଦ ସମାଧାନ ଉପରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସଚେତନ କରିଥିଲେ ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଦାସ ଆଇନ୍ ସେବା କିଭଳି ଭାବରେ ସମସ୍ତ ଲୋକ ପାଇପାରିବେ ଏବଂ କୌଣସି ବ୍ୟକ୍ତି ଆର୍ଥିକ , ସାମାଜିକ କାରଣରୁ ନ୍ୟାୟରୁ ବଂଚିତ ନହେବା ହେଊଛି ଆଇନ ସେବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବୋଲି କହିଥିଲେ । ସେହିପରି ଉପସ୍ଥିତ ଲୋକମାନଙ୍କର ସମସ୍ୟା ଶୁଣିବା ଓ ସେମାନଙ୍କ ସମସ୍ୟାର ଆଶୁ ସମାଧାନ କରିବାର ପରାମର୍ଶ ଓ ଉପଦେଶ ଦେଇଥିଲେ । ଏହାସହିତ ଏକ ସଚେତନତା ରାଲି ପଂଚାୟତ ପରିକ୍ରମା କରିଥିଲା ଶେଷରେ ନିରଞ୍ଜନ ବେହେରା ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ ।