Onn 3

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

Crime State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଵିଜୟଓ୍ବାଡା-ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର ଠାରୁ ୫ କିମି ଦୂର ଭାଲୁବସା ପଞ୍ଚାୟତ ସନ୍ନିକଟ ରାଣୀବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଂଚଳର ପୋଡାଡିହା ଗ୍ରାମର ବାବୁଲୁ ସିଂ (୨୮) ଏକ ବାଇକ୍ JH-05BY -7027 ଯୋଗେ ରାଣୀବନ୍ଧକୁ ଗାଧୋଇବା ପାଇଁ ଯାଉଥିଲେ ରାଇରଙ୍ଗପୁର ପଟୁ ହାଟବାଦଡା ଆଡ଼କୁ ଏକ ଟ୍ରକ (OD-11C-5594 ଯାଉଥିବା ବେଳେ ଭାରସାମ୍ୟ ହରାଇ ତାକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଯୁବକ ମୃତ୍ୟୁ ବରଣ କରିଥିଲେ।

ଖବର ପାଇ ହାଟଵାଦଡା ଫାଣ୍ଡି ଥାନାଧିକାରୀ ରଘୁନାଥ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ପୋଲିସ ଟ୍ରକ, ବାଇକ୍ ଜବତ କରିବା ସହ ଟ୍ରକ ଚାଳକକୁ ଅଟକ ରଖି ତଦନ୍ତ କରୁଛି |