ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମିଳାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଓଡିଶା ପ୍ରଥମ ମହିଳା ବାଚସ୍ପତି ପାଇଛି । ଏହା ଏକ ଏୗତିହାସକ ମୂହୁର୍ତ୍ତ । ସେପଟେ ବାଚସ୍ପତି ଭାବେ ଶପଥ ନେବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରମିଳା ମଲ୍ଲିକ । ଗୃହର ପଦ ମର୍ଯ୍ୟାଦା ରକ୍ଷା କରିବା ସହ ଗୃହର ସୁପରିଚାଳନାରେ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ନୂଆ ବାଚସ୍ପତି ପ୍ରମିଳା ମଲ୍ଲିକ ।