Onn 3

ବିଦ୍ୟାଳୟ ସ୍ତରୀୟ ଅଭିନୟ ପ୍ରତିଯୋଗିତା

State

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ସ୍ଥରୀୟ ଅଭିନୟ ପ୍ରତିଯୋଗିତା ଚଳିତ ମାସ ୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଅଛି I ଏଥିରେ ଏକକ ଓ ଯୁଗ୍ମ କଳାକାର ନିଜର ଅଭିନୟ ଦେଖାଇ ପାରିବେ I ଏହି ପ୍ରତିଯୋଗିତାରେ ସରକାରୀ / ବେସରକାରୀ ବିଦ୍ୟାଳୟର ୮ମ, ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିପାରିବେ I

ବାରିପଦାର ସୁନାମଧନ୍ୟ ନାଟ୍ୟIନୁଷ୍ଠାନ ରୂପାନ୍ତର ଥିଏଟର ଏକାଡେମୀ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କୁ ଅନୁରୋଧ କରୁଛି ତାଙ୍କ ବିଦ୍ୟାଳୟର ଯୋଗ୍ୟ କୁନି କଳାକାରଙ୍କୁ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବେ I କୃତି ପ୍ରତିଯୋଗୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ଥିବାବେଳେ ଉକ୍ତ ବିଦ୍ୟାଳୟ ପାଇଁ ମଧ୍ୟ ପୁରସ୍କାର ରହିଛି ବୋଲି ଆୟୋଜକ ପରେଶ ସାହୁ ପ୍ରକାଶ କରିଛନ୍ତି I ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ଆଶା ପ୍ରକାଶ କରିଛନ୍ତି I