Onn 3

ଇସ୍ରାଏଲ୍‌ରେ ଗୁପ୍ତ ମିଲିଟାରୀ ବେସ୍ ନିର୍ମାଣ କରୁଛି ଆମେରିକା

National & International

 

base

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ମାଧ୍ୟରେ ଜାରି ଯୁଦ୍ଧକୁ ଏକ ମାସ ହେବାକୁ ଯାଉଛି । ହମାସ୍ ଆତଙ୍କୀମାନେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । ଏବେ ଏହାର ପରିଣାମ ଭୋଗୁଛନ୍ତି ଗାଜା ପଟିରେ ବାସ କରୁଥିବା ଲୋକ । ଇସ୍ରାଏଲ ସେନାର ପାଲଟା ଜବାବରେ ଏବେ ସୁଦ୍ଧା ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଯୁଦ୍ଧରେ ଇସ୍ରାଏଲ, ଫିଲିସ୍ତିନ ସହ ଅନ୍ୟ ଦେଶ ମଧ୍ୟ ଏଣ୍ଟ୍ରି କରିଛନ୍ତି । ଆମେରିକା ସହ ଅନ୍ୟ ପାଶ୍ଚ୍ୟାତ ଦେଶ ଇସ୍ରାଏଲ୍ ସମର୍ଥନରେ ଅଛନ୍ତି । ଅନ୍ୟପଟେ ଇରାନ୍ ସହ ଅନ୍ୟ ମୁସଲିମ୍ ଦେଶ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିଛନ୍ତି । କୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ଆମେରିକା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି । ଇସ୍ରାଏଲରେ ନିଜର ମିଲିଟାରୀ ବେସ୍ ମଧ୍ୟ ନିର୍ମାଣ କରିଛି । ତେବେ, ପ୍ରମୁଖ ରୂପେ ଏହି ମିଲିଟାରୀ ବେସ୍ ଇରାନର ମିସାଇଲ ମୁକାବିଲା ପାଇଁ ନିର୍ମାଣ କରାଯାଉଛି । କିନ୍ତୁ ଏବେ ହମାସ୍ ଯୁଦ୍ଧରେ ମଧ୍ୟ ଏହା କାମରେ ଆସିପାରେ । ଏହି ବେସରୁ ହମାସ୍ ଓ ଇରାନ୍ ଉଭୟଙ୍କୁ ଜବାବ ଦିଆଯାଇ ପାରିବ ।

ଇସ୍ରାଏଲ୍ ଉପରେ ହମାସ୍ ଆକ୍ରମଣ କରିବାର ଦୁଇ ମାସ ପୂର୍ବେ, ପେଣ୍ଟାଗନ ଗାଜାଠାରୁ ମାତ୍ର ୨୦ ମାଇଲ୍ ଦୂରରେ ଇସ୍ରାଏଲର ନେଗେଭ ମରୁଭୂମି ଭିତରେ ଏକ ଗୁପ୍ତ ଆଡ୍ଡା ପାଇଁ ବହୁ ମିଲିୟନ୍ ଡଲାର ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ । କୋଡ-ନାମ ସାଇଟ୍ ୫୧୨ ଦୀର୍ଘ ସମୟ ଯାଏ ଚାଲୁଥିବା ଆମେରିକୀୟ ବେସ୍ ଏକ ରାଡାର ସୁବିଧା ଅଟେ । ଯାହା ଇସ୍ରାଏଲ ଉପରେ ମିସାଇଲ୍ ଆକ୍ରମଣ ଉପରେ ନଜର ରଖିପାରିବ । ଆମେରିକା ସେନା ଗୁପ୍ତ ଭାବେ ସାଇଟ୍ ୫୧୨ ଉପରେ ନିର୍ମାଣ ସହ ଆଗକୁ ବଢୁଛି ।

‘ଦ ଇଣ୍ଟରସେପ୍ଟ’ର ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜୋର ଦେଇଛନ୍ତି ଯେ ହମାସ୍ ଯୁଦ୍ଧରେ ଇସ୍ରାଏଲରେ ଆମେରିକା ସେନା ପଠାଇବା ନେଇ ଯୋଜନା ନାହିଁ । କିନ୍ତୁ ଏହି ରିପୋର୍ଟରୁ ସ୍ପଷ୍ଟ ଯେ ଇସ୍ରାଏଲରେ ପୂର୍ବରୁ ହିଁ ଏକ ଗୁପ୍ତ ଆମେରିକୀୟ ସୈନ୍ୟ ଉପସ୍ଥିତି ରହିଛି । ଯାହା ଯେକୌଣସି ଜରୁରୀ ସ୍ଥିତିକୁ ମୁକାବିଲା କରିପାରିବ ।