Onn 3

ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକଙ୍କ ମାଡ଼, ପ୍ରଯୋଜକଙ୍କ ନାଁରେ ଥାନାରେ ମାମଲା

Crime State

 

rwe

ଭୁବନେଶ୍ୱର: କଳାକାରଙ୍କ କଳିରେ ବିବଦୀୟ ହୋଇଥିବା ଟୁଟୁ ନାୟକ ପୁଣି ଥରେ ସୀମା ଟପିଛନ୍ତି ! ସର୍ବସମ୍ମୁଖରେ ସାମ୍ବାଦିକାଙ୍କ ସହ କଲେ ଦୁର୍ବ୍ୟବହାର । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ବରରେ ଏକ ସିନେମା ହଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା । ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ସାମ୍ୱାଦିକା ଦେବସ୍ମିତା ରାଉତଙ୍କୁ ଟୁଟୁ ନାୟକ ପିଟିଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ ପୀଡିତ ସାମ୍ୱାଦିକା ଖାରବେଳ ନଗର ଥାନାରେ ମାମଲାରେ ଏତଲା ଦେଇଛନ୍ତି । ଏହାସହ କାନ୍ଦି କାନ୍ଦି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଘଟଣା ସମୟର ସିସିଟିଭି ଫୁଟେଜ ସାମନାକୁ ଆସିଛି । ଏଥିରେ ଦେବସ୍ମିତା ଗେଟ୍ ପାଖରେ ଠିଆ ହୋଇଛନ୍ତି । ପଛରୁ ଆସି ପ୍ରଯୋଜକ ଟୁଟୁ ନାୟକ ଦେବସ୍ମିତାଙ୍କୁ ଥାପଡ ମାରୁଥିବା ଦେଖିବାକୁ ମିଳୁଛି ! ପ୍ରଥମେ ପିଠିକୁ ଥାପଡ଼ ମାରିବା ପରେ ଗାଲକୁ ମଧ୍ୟ ଚାପୁଡ଼ା ମାରିଥିଲେ । ସର୍ବସମ୍ମୁଖରେ ମହିଳା ସାମ୍ୱାଦିକାଙ୍କୁ ଦୁର୍ବ୍ୟବହାର ଓ ପିଟିବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ସିନେ ସମୀକ୍ଷକ ମଧ୍ୟ କଡ଼ା ଶବ୍ଦରେ ଏହାକୁ ନିନ୍ଦା କରିଛନ୍ତି । ଏପରି କରି ଟୁଟୁ ନାୟକ ସୀମା ଲଂଘିଥିବା ସିନେ ପ୍ରେମୀ କହିଛନ୍ତି ।

ଖାରବେଳ ନଗର ଥାନା ପୋଲିସ ଅଭିଯୋଗକୁ ଗ୍ରହଣ କରିଥିବାବେଳେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାରେ ହାଜର ହେବା ପାଇଁ କୁହାଯାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ସାମ୍ବାଦିକଦିଙ୍କ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ମହିଳାଙ୍କୁ ହାତ ଉଠାଇ ମାରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି ।