ପୱନ ଖେଡା କହିଛନ୍ତି, ‘ଦୁର୍ନୀତି ରୋକିବା ପାଇଁ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେହି ଅଧିକାରୀମାନେ ନିଜେ ଲାଞ୍ଚ ନେଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ନିରପେକ୍ଷ ସଂସ୍ଥାକୁ ଦମନ କରୁଛନ୍ତି ଏବଂ ଏହା ଦେଶ ପାଇଁ ଗୁରୁତର ବିପଦ। ଇଡି ଅଧିକାରୀଙ୍କ ଗିରଫଦାରୀକୁ ନେଇ ଖେଡା କହିଛନ୍ତି, ‘ମୋଦୀ ସରକାର ଇଡିର’ ରେଟ୍ ତାଲିକା ‘ସାର୍ବଜନୀନ କରିବା ଉଚିତ୍। ଯଦି କ୍ଷୁଦ୍ର ସ୍ତରର ଅଧିକାରୀଙ୍କ ରେଟ୍ ତାଲିକା ୧୫ ଲକ୍ଷ ଟଙ୍କା, ତା’ହେଲେ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କ ରେଟ କେତେ? ସେ ଦାବି କରିଛନ୍ତି ଯେ ଇଡି, ସିବିଆଇ, ଆୟକର ବିଭାଗ, ସମସ୍ତେ ବିଜେପିର ପ୍ରଚାରକ। ବିରୋଧୀ ଦଳର ନେତାମାନଙ୍କୁ ଭୟଭୀତ କରିବା ଏବଂ ସେମାନଙ୍କୁ ବିଜେପିରେ ଯୋଗଦେବା ପାଇଁ ସେମାନଙ୍କୁ ଟାର୍ଗେଟ ଦିଆଯାଇଛି।