ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କର ଭୁବନେଶ୍ୱରରେ ରହିଛି ଗୋଟିଏ ତିନିମହଲା ଘର ସମସ୍ତେ ଦୁଇଟି କୋଠା । ଖଣ୍ଡଗିରି ବିହାର ପ୍ଲଟ ନ-୪୫ରେ ୫ ହଜାର ବର୍ଗଫୁଟର ତିନି ମହଲା କୋଠା ରହିଛି ଯାହାର ଦାମ ଏକ କୋଟିରୁ ଅଧିକ ହେବ । ଏହାବ୍ୟତୀତ ୧୭୨୯ ବର୍ଗଫୁଟ ଜାଗାରେ ଏକମହଲା ବିଶିଷ୍ଟ ଏକ କୋଠା କେନ୍ଦ୍ରାପଡାର ସଦାନନ୍ଦପୁରରେ ରହିଛି ।
ଏହାବ୍ୟତୀତ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଗୋଟିଏ ପ୍ଲଟ ଥିବା ସହ କେନ୍ଦ୍ରାପଡାରେ ରହିଛି ଏକାଧିକ ପ୍ଲଟ । ଯନ୍ତ୍ରୀଙ୍କର ପ୍ରାୟ ୨୧ଟି ପ୍ଲଟ ଥିବା ଜଣାଯାଇଛି । ଏହି ପ୍ଲଟର ମୋଟ ଦାମ କେତେ ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି । ଅନ୍ୟପକ୍ଷେ ୮୮.୨୬ ଲକ୍ଷର ବ୍ୟାଙ୍କ ଆକାଉଣ୍ଟ, ୫.୪୫ ଲକ୍ଷର କ୍ୟାସ,ପୋଷ୍ଟାଲ ଓ ଅନ୍ୟାନ୍ୟ ଇନ୍ସ୍ୟୁରାନ୍ସ, ୩ଟି ୪ ଚକିଆ ଗାଡି ମଧ୍ୟ ଇଞ୍ଜିନିୟର ବାବୁଙ୍କର ରହିଛି । ଏସବୁ ସମ୍ପତ୍ତି ଯନ୍ତ୍ରୀ ଅର୍ଜ୍ଜୁନ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି ।
ତଥାପି ଚଢାଉ ଚାଲିଛି । ଚଢାଉ ପରେ ଭିଜିଲାନ୍ସ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ । ତଦନ୍ତକାରୀ ଟିମରେ ଭିଜିଲାନ୍ସର ୮ଜଣ ଡିଏସପି , ୮ଜଣ ଇନ୍ସପେକ୍ଟର, ୭ ଏଏସଆଇ ସାମିଲ ରହିଛନ୍ତି ।