Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସହିତ ହାଇଦ୍ରାବାଦସ୍ଥିତ ନନ୍ଦି ଫାଉଣ୍ଡେସନର ମହିଳା ଦକ୍ଷତା ବିକାଶ ନିଯୁକ୍ତି ଭିତ୍ତିକ ଏମ୍‌ଓୟୁ ସ୍ୱାକ୍ଷରିତ

State

ବାରିପଦା : ହାଇଦ୍ରାବାଦସ୍ଥିତ ନନ୍ଦି ଫାଉଣ୍ଡେସନ ସହିତ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ରୀ ଦକ୍ଷତା ବିକାଶ ନିଯୁକ୍ତି ଭିତ୍ତିକ ଏକ ଏମ୍‌ଓୟୁ ଆଜି ସ୍ୱାକ୍ଷରିତ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ନନ୍ଦି ଫାଉଣ୍ଡେସନର ପୂର୍ବାଞ୍ଚଳ କ୍ଷେତ୍ରୀୟ ପ୍ରମୁଖ ଦେବନାଥ ବରାଳଙ୍କ ଦ୍ୱାରା ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇ ବିଶ୍ୱବିଦ୍ୟାଳୟର ପ୍ରଗତି ପଥରେ ଆଉ ଏକ ପାଦ ଆଗକୁ ନେଇଛି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ମହାବିଦ୍ୟାଳୟର ଛାତ୍ରୀମାନେ ଦକ୍ଷତା ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପାଇ ଜୀବନରେ ସ୍ୱାବଲମ୍ବୀ ହେବା ସହିତ ନିଜର ମହାନ୍‌ ଗୁଣର ବିକାଶ ପାଇଁ ଏକ ପରିବେଶ ସୃଷ୍ଟି ହେବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି ।

ଏହି ଏମ୍‌ଓୟୁ ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ ଓ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ।