Onn 3

ଡେଙ୍ଗୁ ସ୍ଥିତି ନେଇ BMC ଅଫିସ୍ ଘେରିଲା ବିଜେପି

Politics State

 

bm

ଭୁବନେଶ୍ଵର: ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଜେପିର ହାଲ୍ଲାବୋଲ । ବିଏମସି ଅଫିସରେ ମଶା ଧୁଆଁ ଦେଲା ବିଜେପି । ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗରେ ବିଏମସି ଅଫିସ୍ ଘେରାଉ । ମେୟର ଓ ବିଏମସି କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି ।

ଖବର ଅନୁଯାୟୀ, ଗତ କିଛି ଦିନ ଧରି ରାଜଧାନୀରେ ଡେଙ୍ଗୁ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ନେଇ ବିଏମସି ଯେତେ ବି ଆକ୍ସନ ପ୍ଲାନ ପ୍ରସ୍ତୁତ କଲେ ବି ବିଫଳ ହେଉଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପି ବାରମ୍ବାର ବିଏମସିକୁ ଟାର୍ଗେଟ କରିଆସୁଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଜଟିଳ ହେବାରୁ ବିଏମସି କାର୍ଯ୍ୟାଳୟକୁ ମଶା ଧୁଆଁ ଛାଡ଼ିବା ସହ ସହରର ପ୍ରତି ଗଳିକନ୍ଦିକୁ ଯାଇ ମଶା ଧୂଆଁ ଛାଡିବାକୁ ଦାବି କରି ବିଏମସି ଅଫିସ ସାମ୍ନାରେ ହାଲ୍ଲାବୋଲ କରିଛି ବିଜେପି । ସେପଟେ  ଭୁବନେଶ୍ୱରବାସୀଙ୍କୁ ଡେଙ୍ଗୁ ଉପହାର ଦିଆଯାଉଥିବା କହି କଟାକ୍ଷ ମଧ୍ୟ କରିଛି ବିଜେପି ।

Post Views: 6