Onn 3

ମୟୂରଭଞ୍ଜ ଡାକ ମଣ୍ଡଳ ଦ୍ଵାରା ସତର୍କତା ସଚେତନତା ସପ୍ତାହ ପାଳନ

State

ବାରିପଦା: ଭ୍ରଷ୍ଟାଚାର କୁ ବିରୋଧ ର ବାର୍ତ୍ତା ନେଇ ତା ୩୦/୧୦/୨୦୨୩ ରୁ ୦୫/୧୧/୨୦୨୩ ପର୍ଯ୍ୟନ୍ତ ପାଳନ କରାଯାଉଥିବା “ସତର୍କତା ସଚେତନତା ସପ୍ତାହ” ମୟୂରଭଞ୍ଜ ଡାକ ମଣ୍ଡଳ ଦ୍ଵାରା ପାଳନ କରାଯାଉଛି । ଆଜି ଚତୁର୍ଥ ଦିନର ମଣ୍ଡଳ ଅଧିକ୍ଷକ ଶ୍ରୀ ବସନ୍ତ କୁମାର ସିଂହ ଙ୍କ ନେତୃତ୍ୱ ରେ ଏକ ଶୋଭଯାତ୍ରା ନଗର ପରିକ୍ରମା କରିଥିଲା। ଏଥିରେ ବାରିପଦା ମୁଖ୍ୟ ଡାକଘର ଓ ମଣ୍ଡଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଶୋଭାଯାତ୍ରା ଟି ମଣ୍ଡଳ କାର୍ଯ୍ୟାଳୟ ବାହାରି ଟ୍ରାଫିକ ଛକ, ବାଣ୍ଠିଆ ଜଗନ୍ନାଥ ମନ୍ଦିର , ବିଜୁ ପଟ୍ଟନାୟକ ଗୋଲେଇ,ମୁଖ୍ୟ ଡାକଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସହିଦ ସ୍ମୃତି ଭବନ , ଛଉ ପଡିଆ, ଶ୍ରୀମା ମହିଳା ମହାବିଦ୍ୟାଳୟ, ଜୁବୁଲି ପାର୍କ , କଚେରୀ ମାର୍କେଟ ଓ ଅମ୍ବିକା ମନ୍ଦିର ଦେଇ ସହର ପରିକ୍ରମା କରିଥିଲା। ବିଭିନ୍ନ ଛକ ମାନଙ୍କରେ ସଚେତନତା ବାର୍ତ୍ତା ସମ୍ବଳିତ ଦାସକାଠିଆ କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା।

ଏହାକୁ ଦେଖିବା ପାଇଁ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଉପ ଅଧିକ୍ଷକ ଶ୍ରୀ ସପନ କୁମାର ପାଣିଗ୍ରାହୀ , ଶ୍ରୀ ଟିକନ୍ କୁମାର ଦେଵତା ଡାକପାଳ ଶ୍ରୀମତୀ ମମତା ପାତ୍ର, ବିଭୁଦତ୍ତ ସାହୁ, ରବିନାରାୟଣ ମହାନ୍ତ, ଚନ୍ଦ୍ରଶେଖର ମହାନ୍ତି ଓ ସୁଶାନ୍ତ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ। ସଚେତନତା ସପ୍ତାହ ର ଆଗାମୀ ଦିନ ଗୁଡ଼ିକରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ର ପାଳନ ହେବା ସ୍ଥିରୀକୃତ ହୋଇଥିବାର ସୂଚନା ଡାକ ଅଧିକ୍ଷକ ଶ୍ରୀ ସିଂହ ପ୍ରକାଶ କରିଛନ୍ତି।