Onn 3

ଚିନ୍ମୟ ମିଶନ ଆନୁକୂଲ୍ୟରେ ଭାଗବତ ଜ୍ଞାନ ଯଂଜ୍ଞ ପାଇଁ ପ୍ରସ୍ତୁତି ବୈଠକ

State

ମହାରାଷ୍ଟ୍ର ରୁ ଆସୁଛନ୍ତି ସ୍ୱାମୀ ଅଦୈତାନନ୍ଦ ସରସ୍ବତୀ

ବାରିପଦା: ଚିନ୍ମୟ ମିଶନ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର 4 ତାରିଖ ରୁ 10 ତାରିଖ ପ୍ରଯ୍ୟନ୍ତ ସ୍ଥାନୀୟ ଜୁବୁଲି ଲାଇବ୍ରେରୀ ପଡିଆରେ ଭାଗବତ ଜ୍ଞାନ ଯଂଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଚିନ୍ମୟ ମିଶନ ନାସିକ ମହାରାଷ୍ଟ୍ର ର ଆଚାର୍ଯ୍ୟ ସ୍ୱାମୀ ଅଦୈତାନନ୍ଦ ସରସ୍ବତୀ ସନ୍ଧ୍ୟା 6 ରୁ ୮ ଶ୍ରୀମଦ ଭାଗବତ ମହାପୁରାଣ ଚତୁର୍ଥ ସ୍କନ୍ଦ ର ମାନବ ପୁରୁଷାର୍ଥ ଓ ସକାଳ ୭ ରୁ ୮ ପ୍ରାତଃ ସ୍ମରଣ ସ୍ତୋତ୍ର ବିଷୟରେ ହିନ୍ଦୀରେ ପ୍ରବଚନ ଦେବେ l

ସ୍ୱାମୀ ଅଦୈତାନନ୍ଦ ସରସ୍ବତୀ ଜଣେ ମେଧାବୀ ଛାତ୍ର ଭାବରେ ପ୍ରାଥମିକ ଶିକ୍ଷା ଶେଷ କରି ମେକାନିକାଲ ଇଂଜିନିୟରିଂ ଡ୍ରିଗ୍ରୀ ହାସଲ କରିଛନ୍ତି l ପୂଜ୍ୟ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କୁ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୮ ମସିଆରେ ସନ୍ଦୀପନୀ ହିମାଳୟରେ ବେଦାନ୍ତ ପ୍ରଶିକ୍ଷଣ ପ୍ରାପ୍ତ କରି ଇନ୍ଦୋର, କଲିକତା ସହିତ ଭାରତ ଓ ବିଦେଶରେ ବିଭିନ୍ନ ସ୍ଥାନରେ ଚିନ୍ମୟ ମିଶନର ଆଚାର୍ଯ୍ୟ ଭାବେ କାର୍ଯ୍ୟ କରିଛନ୍ତି l ଏତଦ ବ୍ୟତୀତ ୨ ଥର ସନ୍ଦୀପନି ହିମାଳୟରେ ହିନ୍ଦୀ ଭାଷାରେ ଓ ଥରେ ସନ୍ଦୀପନି ସାଧନାଳୟ ମୁମ୍ବାଇ ରେ ଇଂରାଜୀ ରେ ଆଚାର୍ଯ୍ୟ ଭାବେ ବିଦ୍ୟାର୍ଥୀମାନଙ୍କୁ ବେଦାନ୍ତ ଶିକ୍ଷା ପ୍ରଦାନ କରିଛନ୍ତି l ସାବଲୀଳ ଭାଷାରେ ଗୀତା ଓ ବେଦାନ୍ତର ଗୁଢ ତଥ୍ୟକୁ ବ୍ୟାଖ୍ୟା କରିବା ସହିତ ସୁଲଳିତ କଣ୍ଠରେ ଭଜନ ଏବଂ ଭାବର ସହିତ ଭାଗବତ ଓ ରାମାୟଣ ବ୍ୟାଖ୍ୟାନ ସ୍ୱାମୀଜୀଙ୍କୁ ବିଶେଷତ୍ୱ l

ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଆଜି ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କୁ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜୁବୁଲି ଲାଇବ୍ରେରୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଆଇନଜୀବୀ ସତ୍ୟପ୍ରକାଶ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦକ ଅଜିତ ବେହେରା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରକାଶ କରିଥିଲେ l କୋଷାଧକ୍ଷ ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଡ଼ା ପ୍ରାଣକୃଷ୍ଣ ବେହେରା, ଡ଼ା ସୁନନ୍ଦନ ମିଶ୍ର, ତପନ ପଟ୍ଟନାୟକ, ଗିରିଜା ଶଙ୍କର ମହାନ୍ତି,ହିମାଂଶୁ ପାଣି, ପ୍ରଫେସର ଫକୀର ସାହୁ, ଦିଲ୍ଲୀପ ତ୍ରିପାଠୀ, ସମ୍ପଦ ଦାସ, ରୀତିକା ଖଣ୍ଡେଲୱାଲ, ଶିବାଙ୍ଗି ଖଣ୍ଡେଲଵାଲା, ତୁଳସୀ ସାହୁ, ଝଣ୍ଟୁ ପାଲ, ସୁନୀଲ ନାୟକ, ଦେଵିଦର୍ଶନୀ ବେହେରା, ରଜାଲି ମହାନ୍ତି, ରିୟା ଗିରି, ବର୍ଷା ସେଠି, ନନ୍ଦିନୀ ବେହେରା, ଲଷ୍ମୀ ବେହେରା, ମାମା ବେହେରା, ଉମେଶ ପ୍ରଧାନ, ସତ୍ୟ ବାରିକ, ହୃଦାନନ୍ଦ ଆଚାର୍ଯ୍ୟ, ପ୍ରୋମଦିନି ପଟ୍ଟନାୟକ, ଲଷ୍ମୀ ପାଣି, କ୍ରିଷ୍ଣା ଘୋଷ, କମଳିନୀ ପଟ୍ଟନାୟକ, ସ୍ବର୍ଣ୍ଣଲତା ସାହୁ, ସୌଦାମିନୀ ମହାନ୍ତି ପ୍ରମୁଖ ଆଲୋଚନା ରେ ଭାଗ ନେଇସହିତ ବିଭିନ୍ନ ଦାୟିତ୍ୱ ବାହନ କରିଥିଲେ l