Onn 3

ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

National & International State

ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ପୂର୍ବତଟ ରେଳବାଇ ଅଧୀନ ୱାଲଟିଅର ଡିଭିଜନରେ ଏହି ଦୁର୍ଘଟଣା ହୋଇଛି। ବିଜୟନଗର ନିକଟ ଆଲମଣ୍ଡା- କଣ୍ଟକାପଲ୍ଲି ମଧ୍ୟରେ ଟ୍ରେନ୍ ଧକ୍କା ହୋଇଛି। ବିଶାଖପାଟଣା-ପଲାସ ପାସେଞ୍ଜରକୁ ପଛପଟୁ ପିଟିଥିଲା ବିଶାଖାପାଟଣା ରାୟଗଡ଼ା ପାସେଞ୍ଜର। ଗୋଟିଏ ଟ୍ରେନ ଛାଡୁଥିଲାବେଳେ ଅନ୍ୟ ଏକ ଟ୍ରେନ ଧକ୍କା ଦେଇଥିଲା।

ଏଥିରେ ରାୟଗଡ଼ା ପାସେଞ୍ଜରର ତିନିଟି ବଗି ଲାଇନ ଚ୍ୟୁତ ହୋଇଛି। ୬ ଜଣଙ୍କ ମୃତ୍ୟୁ ସୂଚନା ରହିଛି। ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢିପାରେ। ଘଟଣାସ୍ଥଳରେ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାୟଗଡ଼ା ଆଡ଼କୁ ଆସୁଥିବା ପାସେଞ୍ଜର ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ଉଭୟ ଟ୍ରେନରେ ଶହେରୁ ଦେଢ଼ ଶହ ଯାତ୍ରୀ ଥିବା ସୂଚନା ମିଳିଛି ।  ଭୁବନେଶ୍ୱରରୁ ଉଦ୍ଧାରକାରୀ ଦଳ ପାଠ ଯାଇଛି । ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ରେଳବାଇ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

ଭୁବନେଶ୍ୱର: ୯୬୭୪୨୩୦୧୬୨୫, ୨୩୦୧୫୨୫, ୨୩୦୩୦୬୯

ୱାଲଟର: ୦୮୯୧-୨୮୮୫୯୧୪

ବିଶାଖାପାଟଣା ରେଲୱେ ଷ୍ଟେସନ ପାଇଁ ହେଲ୍ପଲାଇନ୍ ନମ୍ୱର

ରେଲୱେ ନମ୍ୱର: ୮୩୦୦୩, ୮୩୦୦୪, ୮୩୦୦୫, ୮୩୦୦୬

ବିଏସଏନଏଲ୍ ଲ୍ୟାଣ୍ଡ ଲାଇନ ନମ୍ୱର: ୦୮୯୧୨୭୪୬୩୩୦; ୦୮୯୧୨୭୪୪୬୧୯

ଏୟାରଟେଲ୍: ୮୧୦୬୦୫୩୦୫୧; ୮୧୦୬୦୫୩୦୫୨

ବିଏସଏନଏଲ: ୮୫୦୦୦୪୧୬୭୦; ୮୫୦୦୦୪୧୬୭୧

ବିଶାଖାପାଟଣା ଏବଂ ବିଜୟନଗରମ ଠାରୁ ଦୁର୍ଘଟଣା ରିଲିଫ ଟ୍ରେନ୍ ଯାଇଛି । ବିଶାଖାପାଟଣା ଠାରୁ ଡିଆରଏମ୍ କାର୍ଯ୍ୟାଳୟ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ରେସ୍କ୍ୟୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କେବେ ବିଦ୍ୟୁତ୍ ତାର ଛିଣ୍ଡି ଥିବାରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣା ପୂରା ଘଟଣା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆହତଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି ।