Onn 3

ଉତ୍ସବ ମୁଖର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବାରିପଦା ଠାରେ ଅନୁଷ୍ଠିତ ହେଲା ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା କାର୍ଯ୍ୟକ୍ରମ “ପଥଉତ୍ସବ”

State

ବାରିପଦା: ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ତଥା ଭୋଟର ସଚେତନତା କାର୍ଯ୍ୟକ୍ରମ କୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ଏକ ଅଭିନଵ ପ୍ରୟାସ “ପଥଉତ୍ସବ” | ଏହି ପରିପ୍ରେକ୍ଷୀରେ ଆଜି ମୟୁରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ତତ୍ୱାବଧାନ ଭୋଟର ସଚେତନତା ସମ୍ଭନ୍ଧିତ “ପଥ ଉତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ କହିଥିଲେ କି ଏକ ସୁଦୃଢ ଗଣତନ୍ତ୍ର ଓ ବିକାଶନ୍ମୁଖୀ ରାଷ୍ଟ୍ର ପାଇଁ ପ୍ରତ୍ୟେକ ଟି ଭୋଟ ମୂଲ୍ୟବାନ | ତେଣୁ ପ୍ରତ୍ୟେକ ଯୋଗ୍ୟ ଭୋଟର ନିର୍ବାଚନ ରେ ତାଙ୍କର ମତଦାନ ଅଧିକାର କୁ ସାବ୍ୟସ୍ତ କରିବା ଉଚିତ | ଆଜିର ଉକ୍ତ ଉତ୍ସବ ର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ନିର୍ବାଚନ ରେ ସମସ୍ତ ଯୋଗ୍ୟ ଭୋଟର ମାନଙ୍କୁ ମତଦାନ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ସଚେତନତା ସୃଷ୍ଟି କରିବା ବିଶେଷ କରି 17-18 ବର୍ଷ ବର୍ଗ ର ସମ୍ଭାବ୍ୟ ଯୁବ ମତଦାତା (prospective voters ) ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ସହ ମତଦାନ ପାଇଁ ସଚେତନ କରାଇବା |ତେଣୁ ଜିଲ୍ଲା ପ୍ରଶାସନ ର ଉଦ୍ୟମ ତଥା ଜନସାଧାରଣ ଙ୍କ ସହଯୋଗ ସର୍ବୋପରି ବିଭିନ୍ନ ଗଣମାଧ୍ୟମ ର ସହଯୋଗ ରେ ଉକ୍ତ ପଥ ଉତ୍ସବ ସମ୍ପୂର୍ଣ୍ଣ ସଫଳ ହେବା ସହ ମତଦାତା ଙ୍କ ମଧ୍ୟରେ ନିଶ୍ଚିତ ଭାବେ ବ୍ୟାପକ ସଚେତନତା ସୃଷ୍ଟି କରିବ,ଯଦ୍ୱାରା ଆଗାମୀ 2024 ମସିହା ଜାନୁଆରୀ 5 ତାରିଖ ରେ ପ୍ରକାଶିତ ହେବାକୁ ଥିବା ଆମ ଜିଲ୍ଲା ର ଚୂଡାନ୍ତ ଭୋଟର ତାଲିକା ଏକ ତ୍ରୁଟି ଶୁନ୍ୟ ଭୋଟର ତାଲିକା ଭାବେ ପ୍ରକାଶ ପାଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଆଶା ପୋଷଣ କରିଥିଲେ |

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ଠାରେ ପ୍ରାତଃ ଘ ୭ |୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ସଚେତନତା ବାର୍ତ୍ତା ବହନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଲୋକ କଳା, ଛଉ, ସମ୍ବଲପୁରୀ ନୃତ୍ୟ ଓ ପାଲା ଇତ୍ୟାଦି ପରିବେଷଣ କରାଯାଇଥିଲା |ଏହା ପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ୱାକାଥନ କୁ ସହର ପରିକ୍ରମା ପାଇଁ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଉକ୍ତ ୱାକାଥନ ଆନନ୍ଦ ଉଲ୍ଲାସ ପରିବେଶ ମଧ୍ୟରେ ସହର ପରିକ୍ରମା କରିଥିଲା |ଯୁବ ଭୋଟର ମାନେ ଉତ୍ସାହ ଉଦ୍ଦୀପନା ସହ ଗଣତନ୍ତ୍ର ରେ ମତଦାତା ଙ୍କ କର୍ତ୍ତବ୍ୟ, ଅଧିକାର ଓ ମତଦାନ ର ମହତ୍ତ୍ୱ ବହନ କରୁଥିବା ବିଭିନ୍ନ ସଚେତନଧର୍ମୀ ବାର୍ତ୍ତା ଲୋକ ମାନଙ୍କ ପହଞ୍ଚାଇ ଥିଲେ |
ଏତଦ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ଭୋଟର ସହାୟତା କେନ୍ଦ୍ର ଜରିଆରେ ଯେଉଁ ଥିରେ ଭୋଟର ତାଲିକା ରେ ନାମ ପଞ୍ଜିକରଣ ସହ ଭୋଟର ତାଲିକା ରେ ବିଭିନ୍ନ ସଂଶୋଧନ ସମ୍ଭନ୍ଧୀୟ ପ୍ରକ୍ରିୟା ଜନସାଧାରଣ ଙ୍କୁ ଅବଗତ କରିବା ସହ ଅନଲାଇନ ରେ କିମ୍ବା ମୋବlଇଲ ଫୋନ ଦ୍ୱାରା ଏସବୁ କାର୍ଯ୍ୟ କିପରି ହୋଇପାରିବ ସେ ବିଷୟରେ ଲୋକମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ |ଭୋଟର ତାଲିକା ରେ ନୂତନ ଭାବେ ନାମ ପଞ୍ଜିକରଣ ତଥା ବିଭିନ୍ନ ପ୍ରକାର ସଂଶୋଧନ ପାଇଁ ଉଦିଷ୍ଟ form ର ବ୍ୟବହାର ସମ୍ଭନ୍ଧ ରେ ପ୍ଲାକାର୍ଡ, ପୋଷ୍ଟର ଓ ବେନର ମାଧ୍ୟମ ରେ ପ୍ରଦର୍ଶନ କରିଥିଲେ |

ମହାବିଦ୍ୟାଳୟ ରେ “ମୁଁ ବି ମିତା” କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ “ମିତା ଦିଦି” ବଛା ଯାଇଥିଲେ, ସେମାନେ ଏଇ ପଥଉତ୍ସବ ରେ ନେତୃତ୍ୱ ନେଇ ଥିଲେ | ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ଡେପୁଟି କଲେକଟର ଶ୍ରୀମତୀ ସାଇ ସ୍ମିତା ଉପାଧ୍ୟାୟ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବାରିପଦା ପୌରପାଳିକା ର ଅଧିକାରୀ, ବୁଥ ସ୍ତରୀୟ ଅଧିକାରୀ ଓ କର୍ମଚାରି ମାନେ ଯୋଗ ଦେଇଥିଲେ |