Onn 3

ବିଶୋଇ ଥାନାଧିକାରୀଙ୍କୁ ଥାନା ଭିତରେ ଗଳାକାଟି ହତ୍ୟା ଉଦ୍ୟମ ମାମଲାରେ ଯୁବକ ଗିରଫ

Crime State

ବାରିପଦା: ବିଶୋଇ ଥାନା ଭିତରେ ଜନୈକ ଯୁବକ ଏକ ଉନ୍ମତ୍ତ କାଣ୍ଡରେ ମହିଳା ଥାନାଧିକାରୀ ତିନି ଭୋଇ ଆହତ । ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୬ ତାରିଖ ଦିନ ଶିଶିର ଶିବ ମନ୍ଦିର ହୁଣ୍ଡି ଚୋରୀ ଘଟଣା ନେଇ ଅଂଚଳବଆସଈ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହି ମାମଲାରେ ତଦନ୍ତ ଜାରି କରି ଶୁକ୍ରବାର ଦିନ ବିଶୋଇ ଗାଁ ର ଶୁଶାନ୍ତ ଦେଓ ନାମକ ଜନୈକ ଯୁବକଙ୍କୁ ଥାନାକୁ ଡ଼ାକି ସଂଧ୍ୟା ୭ ଟା ବେଳେ ପଚରା ଉଚୁରା କରିଥିଲେ । ଥାନାଧିକାରୀ ଯୁବକଙ୍କୁ ପଚରା ଉଚୁରା କରି ସାରିବା ପରେ ଅଫିସ କାମ ଲେଖୁଥିଲେ । ହଠାତ୍ ଯୁବକଟି ଏକ ବ୍ଲଡ଼ ବାହାର କରି ଥାନାଧିକାରୀ ଙ୍କ ବେକକୁ ଧରି ମରଣାତ୍ମକ ଉଦ୍ୟମ କରିଥିଲେ । ଥାନାଧିକାରୀ କୌଣସି ପ୍ରକାରରେ ନିଜକୁ ବଂଚାଇ ଚିତ୍କାର କରିବା ସହ ବାହରକୁ ପଳାଇ ଆସିଥିଲେ ।

ଅନ୍ୟ କର୍ମଚାରୀ ମଆଡଆମଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ପହଞ୍ଚି ମଆଡଆମଙ୍କଉ ରକ୍ଷା କରିବା ସହ ଯୁବକକୁ ମାଡ଼ିଵସି କାବୁ କରିଥିଲେ । ଥାନାଧିକାରୀଙ୍କୁ ଗଳାକାଟି ଉଦ୍ୟମ କରିଥିଲା । ଘଟଣାକୁ ନେଇ ଦୁବୃର୍ତ୍ତ ନାମରେ କେଶ ନଂ ୨୦୯/୨୩ ଦଫା ୩୪,୩୩୨,୩୩୩,୩୨୪,୩୫୪ ଏବଂ ୩୦୭ ରୁଜୁ କରିବା ସହ ଆଜି କୋର୍ଟ ଚାଲାଣ କରିଛନ୍ତି ।