Onn 3

ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ବୈଠକ : ବିଜ୍ଞାନ ପ୍ରଦର୍ଶନୀ ହେଲା ବାଲ୍ୟ ବୈଜ୍ଞାନିକ ପ୍ରଦର୍ଶନୀ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଡ଼ିସେମ୍ବର ୧୩ ତାରିଖରେ ନରେନ୍ଦ୍ରପୁର ପଞ୍ଚାୟତ ସ୍ଥିତ କଳିଙ୍ଗ ମଡ଼େଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗଡ଼ିଜଙ୍ଗ ଠାରେ ଅନୁଷ୍ଠିତ ହେବ । ଉକ୍ତ ପ୍ରଦର୍ଶନୀକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଭେନ୍ୟୁ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରଘୁନାଥ ସାହୁଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଓ ପ୍ରଧାନଶିକ୍ଷକ ମାନଙ୍କର ମାସିକ ସମୀକ୍ଷା ଅନୁଷ୍ଠିତ ହୋଇଛି । ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଚଳିତବର୍ଷ ଠାରୁ ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ନାମ କୁ ପରିବର୍ତ୍ତନ କରାଯାଇ ନୂତନ ନାମ ମଣ୍ଡଳସ୍ତରୀୟ ବାଲ୍ୟ ବୈଜ୍ଞାନିକ ପ୍ରଦର୍ଶନୀ କରାଯାଇଥିବା ସଂକ୍ରାନ୍ତରେ ଅବଗତ କରାଯାଇଛି । ପ୍ରତ୍ୟେକ ବିଦ୍ୟାଳୟ ସେମାନଙ୍କର ପ୍ରକଳ୍ପ ସହିତ ସ୍କୁଲ ନାମ ଲେଖା ଥିବା ବ୍ୟାନର ରେ ଉକ୍ତ ନୂତନ ନାମକୁ ଲେଖିବା ପାଇଁ ପରାମର୍ଶ ଦିଆଯାଇଛି । ଉକ୍ତ ପ୍ରଦର୍ଶନୀରେ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ଯେଭଳି ଭାବେ ଅଧିକ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରିବେ ସେ ନେଇ ଶିକ୍ଷକ ମାନେ ଯତ୍ନବାନ ହେବାକୁ ଆଲୋଚନା ହୋଇଥିଲା ବେଳେ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟ ଏଥ୍‌ôରେ ଅଂଶ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଉକ୍ତ ପ୍ରଦର୍ଶନୀର ଉଦଘାଟନ ଓ ଉଦଯାପନରେ ବ୍ଲକ ସ୍ତରୀୟ ଅତିଥି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସଭାପତି ଭାବେ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା କାର୍ଯ୍ୟ ତୁଲାଇବେ । ଶୃଙ୍ଖଳିତ ଭାବ ପ୍ରଦର୍ଶନୀ ପରିଚାଳନା ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଥିଲାବେଳେ ବିଆରସିସି ଲକ୍ଷ୍ମଣ ନାରାୟଣ ରାଉତଙ୍କ ନେତୃତ୍ୱରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ପଞ୍ଚାୟତ ସ୍ତରରେ ସମସ୍ତ ଜନପ୍ରତିନିଧିମାନଙ୍କୁ ଏହି ପ୍ରଦର୍ଶନୀକୁ ଆସିବା ପାଇଁ ଆହ୍ୱାନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଏହି ବୈଠକରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ , ୨୨ଟି କ୍ଲଷ୍ଟରର ୨୧ଜଣ ସିଆରସିସି ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭେନ୍ୟୁ ବିଦ୍ୟାଳୟର କାର୍ଯ୍ୟାଳୟ ସହକାରୀ ମାନସ ମଲିକ ଓ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।