Onn 3

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା କୁଳିଅଣା ଓ କଳାବାଡ଼ିଆ ଓଭରବ୍ରିଜ ଓ ଆଲୋକ ବ୍ୟବସ୍ଥା ର ଶୁଭାରମ୍ଭ

State

ବାରିପଦା : ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟିଲା ଘଟି କୁଳିଅଣା ଓ କଳାବାଡ଼ିଆ ଓଭର ବ୍ରିଜକୁ ମାନ୍ୟବର କେନ୍ଦ୍ର ଆଦିବାସୀ କଲ୍ଯାଣ ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ କଲେ ଶୁଭାରମ୍ଭ। ସୂଚନାଯୋଗ୍ୟ କୁଳିଅଣା ଓ କଳାବାଡ଼ିଆ ମୁଖ୍ୟ ଛକ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ରେ ଓଭର ବ୍ରିଜ ନ ଥିବାରୁ ଅନେକ ଦୁର୍ଘଟଣା ଘଟି ପଦଚାରି ଓ ଗାଡି ଚାଳକଙ୍କ ଜୀବନ ଯାଇଥିଲା। ଏନେଇ ବହୁ ସମୟରେ ସ୍ଥାନୀୟ ଲୋକେ ଦାବି କରିଥିଲେ। ସ୍ଥାନୀୟ ବାସିନ୍ଦା କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁଙ୍କୁ ମୌଖିକ ଓ ଲିଖିତ ଆକାରରେ ଜଣାଇବା ପରେ ଶ୍ରୀ ଟୁଡୁ ଏନଏଚଆଇ କତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କୁଳିଅଣା ଦେଇ ଯାଇଥିବା ରାଜରାସ୍ତାର କାର୍ଯ୍ୟ ଏକପ୍ରକାର ଶେଷ ହୋଇଯାଇଥିବା ବେଳେ ପୁଣି ରାସ୍ତାକୁ ଭାଙ୍ଗି ପୁନର୍ବାର ଓଭରବ୍ରିଜ ତିଆରି ହୋଇଥିଲା। ଶୁକ୍ରବାର ଦିନ କଳାବାଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ମୁଖ୍ୟଅତିଥି ଭାବେ ଯୋଗେ ଦେଇ ଉଭୟ ଓଭରବ୍ରିଜ ଓ ଆଲୋକ ବ୍ୟବସ୍ଥା ର ଶୁଭାରମ୍ଭ କରିଥିଲେ।

ଏହି ସଭାରେ ସ୍ଥାନୀୟ ଲୋକେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯଦିଚ ଏହି ରାସ୍ତାରେ ପୂର୍ବରୁ ଯାତାୟାତ ଚାଲୁ ରହିଛି ତେବେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାସ୍ତା ଟିକୁ ଦେଶ ଓ ଜାତି ପାଇଁ ଉତ୍ସର୍ଗୀକୃତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଟୁଡୁଙ୍କ ଙ୍କ ସହ ଏନଏଚଆଇ ର କର୍ମଚାରୀ, ମନ୍ତ୍ରୀଙ୍କ ବିଭାଗୀୟ ପ୍ରତିନିଧି ଶ୍ରୀ ହେମନ୍ତ ଶାହା ,ମଣ୍ଡଳ ସଭାପତି ଶ୍ରୀ ଶୁଶାନ୍ତ ବାରିକ, ସାଧାରଣ ସମ୍ପାଦକ ଶ୍ରୀ ମାନସିଂ ସରେନ, ମଣ୍ଡଳ ପ୍ରଭାରୀ ଶ୍ରୀ ଅଜିତ ସେଜପଡା, ବରିଷ୍ଠ ନେତା ଶ୍ରୀ ଫାଗୁ ହାଁସଦା, ଶ୍ରୀ ଅଶୋକ ପାଣିଗ୍ରାହୀ, ଶ୍ରୀ ଜୟନ୍ତ ଦତ୍ତ, ଶ୍ରୀ ହରିଶ ମହାନ୍ତ, ଶ୍ରୀ ଉତ୍ତମ ବସା, ସାଂସଦ ପ୍ରତିନିଧି ଶ୍ରୀ ବିଶ୍ୱନାଥ ବସା ଓ ଅନ୍ୟମାନେ ଉପସ୍ଥିତ ଥିଲେ।