Onn 3

ଶାରଦୀୟ ବିଶେଷାଙ୍କ ବିଜୟିନୀ ଲୋକାର୍ପଣ

State

ବାରିପଦା: ପବିତ୍ର ବିଜୟା ଦଶମୀ ଶୁଭାବସର ଦଶହରା ଦିନ ବାରିପଦା ରୋଟାରୀ କ୍ଲବ ସଭାଗୃହରେ ଆୟୋଜିତ ଏକ ଭବ୍ୟ ସମାରୋହରେ ନାରୀ ଏବଂ ମାଆମାନଙ୍କ ସାରସ୍ବତ ସୃଷ୍ଟି ସମୃଦ୍ଧ ଅନନ୍ୟା ମାତୃଶକ୍ତି ସମ୍ପନ୍ନା ଶାରଦୀୟ ବିଶେଷାଙ୍କ “ବିଜୟିନୀ” ସାହିତ୍ୟ ପତ୍ରିକାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛ । ବିଶ୍ଵରୂପ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ପତ୍ରିକାର ମୁଖ୍ୟ ସମ୍ପାଦିକା ବିଜୟଲକ୍ଷ୍ମୀ ମହାରଣା ପୌରୋହିତ୍ୟ କରିଥିବା ବେଳେ ଜିଲ୍ଲାର ବିଶିଷ୍ଟ ସାରସ୍ବତ ସାଧକ, ପ୍ରତିଶ୍ରୁତି ପ୍ରତିଷ୍ଠାନର ସମ୍ପାଦକ ପଣ୍ଡିତ ଭାଗବତ ପଣ୍ଡା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ମୟୂରଭଞ୍ଜ ମାଟିର ପ୍ରବୀଣ ସାହିତ୍ୟିକ ଡ.ନୀଳକଣ୍ଠ ମିଶ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ପତ୍ରିକା ଉନ୍ମୋଚନ ଓ ଲୋକାର୍ପଣ ପୂର୍ବକ ନିଜନିଜ ବକ୍ତବ୍ୟରେ ପରିବାର ଓ ସମାଜ ଗଠନ ତଥା ରାଷ୍ଟ୍ର ନିର୍ମାଣରେ ମାଆମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଓଡ଼ିଆ ଭାଷା ସାହିତ୍ୟର ସ୍ବନାମଧନ୍ୟା କବି ଅଧ୍ୟାପିକା ମାଙ୍ଗଳିକା ମହାପାତ୍ର ଓ ବ୍ଲକ ଶିକ୍ଷା ଧିକାରୀ ସାହିତ୍ୟିକା ତପସ୍ୱିନୀ ଦାଶ ସମାରୋହରେ ବିଶେଷ ନିମନ୍ତ୍ରିତ ଅତିଥି ଓ ସମ୍ମାନିତ ଅତିଥି ଭାବେ ବିଜୟିନୀ ପତ୍ରିକା ଓ ତାର ମୁଖ୍ୟ ସଂପାଦିକା ବିଜୟଲକ୍ଷ୍ମୀ ମହାରଣା ଙ୍କର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।ସ୍ଥାନିତ ଉଚ୍ଚକୋଟିର ଉପାଦେୟ ଲେଖାଗୁଡିକ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ଭିତରେ ବିଶିଷ୍ଟ ସାରସ୍ୱତ ପ୍ରେମୀ ମାମିନା ପଣ୍ଡା, ପ୍ରଶାସନିକ ଅଧିକାରୀ, ଝାଡ଼ଖଣ୍ଡ, ସତସଙ୍ଗ ର ବରିଷ୍ଠ କର୍ମୀ ବେଣୁଧର ମହାରଣା ଓ ସାହିତ୍ୟ ସଂସଦ ର ସଭାପତି ପଦ୍ମନାଭ ସାହୁ ମଧ୍ୟ ଉପସ୍ଥିତ ରହି ପ୍ରେରଣା ପ୍ରଦାନ କରି ଥିଲେ ।ଉତ୍ସବରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ଅଦିତି ସାହୁ, ଶୁଭ୍ରା ମହାନ୍ତି, ବିଜୟା ବୈଜୟନ୍ତୀ ବେହେରା, ରାଜେଶ୍ବରୀ ଜେନା ଓ ଉଜ୍ଜ୍ୱଳା ନାୟକ। ବାଦ୍ୟଯନ୍ତ୍ର ରେ ଅଚିନ୍ତ ମହାପାତ୍ର ସହୋଜୋଗ କରିଥିଲେ ଓ ମଞ୍ଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ କବୟିତ୍ରୀ ଦୀପ୍ତି ମିଶ୍ର। ଧନ୍ୟବାଦ ଦେଇ ଥିଲେ ଅଧ୍ୟାପିକା ଗାୟତ୍ରୀ ନାୟକ।