Onn 3

ଆଗାମୀ ବର୍ଷ ଜାନୁଆରୀ 5 ତାରିଖ ରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୟୁରଭଞ୍ଜ ପ୍ରଶାସନର ପଦକ୍ଷେପ

State

ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରକାଶନ ଉପରେ ଗୁରୁତ୍ୱାରୋପ

17-18 ବର୍ଷ ବର୍ଗ ର ଭୋଟର ଙ୍କୁ ସାମିଲ କରାଇବା ପାଇଁ ଉଦ୍ୟମ

ବାରିପଦା: ଆଜି ଦିବା 11 ଘଟିକା ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଆଗାମୀ 2024 ବର୍ଷ ଜାନୁଆରୀ ମାସ 5 ତାରିଖ ରେ ପ୍ରକାଶିତ ହେବାକୁ ଥିବା ନୂତନ ଓ ତ୍ରୁଟି ଶୁନ୍ୟ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ର ପ୍ରତିନିଧି ଓ କର୍ମକର୍ତ୍ତା ମାନଙ୍କ ସହିତ ଅନୁଷ୍ଠିତ ହୋଇଯାଇଛି |

ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକା ରେ ନାମ ପଞ୍ଜିକରଣ ନିମନ୍ତେ ଅବଗତ କରାଇବା,17-18 ବର୍ଷ ବର୍ଗ ର ଭୋଟର ମାନଙ୍କୁ ଆଗୁଆ ଆବେଦନ ପତ୍ର ଦାଖଲ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଯୋଗାଇବା, ନାମ ପଞ୍ଜିକରଣ ପାଇଁ ବର୍ଷରେ ଗୋଟିଏ ଯୋଗ୍ୟତାସୂଚକ ବଦଳରେ ବର୍ଷ ରେ 4 ଟି ଯୋଗ୍ୟତାସୂଚକ ତାରିଖ ଯଥା ଜାନୁଆରୀ 1, ଏପ୍ରିଲ 1, ଜୁଲାଇ 1 ଏବଂ ଅକଟୋବର 1 ତାରିଖ ରେ ସୁବିଧା, ଅନଲାଇନ ମାଧ୍ୟମରେ ଭୋଟର ତାଲିକା ରେ ନାମ ପଞ୍ଜିକରଣ ବ୍ୟବସ୍ଥା ବିଶେଷ କରି ଆଗାମୀ ଜାନୁଆରୀ 1 ତାରିଖ ସୁଦ୍ଧା ଯୋଗ୍ୟ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ କରାଇବା, ଚିଠା ଭୋଟର ତାଲିକାକୁ ନେଇ ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା କୌଣସି ରାଜନୈତିକ ଦଳର କିଛି ଆପତ୍ତି ଅଭିଯୋଗ ଥାଏ ସେ ବିଷୟ ରେ ଆବେଦନ ଇତ୍ୟାଦି ବିଷୟରେ ଅବଗତ କରାଇବା ଆଜିର ବୈଠକ ର ମୂଳ ଲକ୍ଷ୍ୟ ଥିଲା | ଭୋଟର ତାଲିକା ରେ ନାମ ପଞ୍ଜିକରଣ ନିମନ୍ତେ ଭୋଟର ମାନେ ବିଶେଷ କରି ଯୁବ ଭୋଟର ମାନେ ପ୍ଲେ ଷ୍ଟୋର ରୁ ଭୋଟର ହେଲ୍ପ ଲାଇନ ଆପ ଡାଉନଲୋଡ଼ କରି ନିଜେ ଘରେବସି ଆବେଦନ କରିପାରିବେ କିମ୍ବା ନିକଟସ୍ଥ ବୁଥ ସ୍ତରୀୟ ଅଧିକାରୀ ଙ୍କ ଜରିଆରେ ଗରୁଡ଼ ଆପ ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରିପାରିବେ ଏବଂ ୱେବ ସାଇଟ (www.ceoorissa.nic.in/www.nvsp.in ଜରିଆରେ online ରେ ମଧ୍ୟ ପଞ୍ଜିକରଣ କରିପାରିବେ | ସେହିପରି ଭୋଟର ତାଲିକା ରେ ଯଦି କିଛି ତ୍ରୁଟି ଥାଏ ତେବେ ନିର୍ଦ୍ଧାରିତ ଫର୍ମ ରେ ଆବେଦନ କରିପାରିବେ | ତାଲିକା ରେ ନାଁ ଯୋଗ ନିମନ୍ତେ ଫର୍ମ ନମ୍ବର 6, ତାଲିକାରୁ ନାମ ବାଦକିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ନମ୍ବର 7, ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ କିମ୍ବା ନୂତନ ଫୋଟ ଲଗାଇବା ନିମନ୍ତେ ଫର୍ମ ନମ୍ବର 8 ରେ ଆବେଦନ କରିପାରିବେ |ସେହିପରି ତ୍ରୁଟି ଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ରେ ସହଯୋଗ କରିବା ପାଇଁ ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ସଂଯୋଗ କରିବା ପାଇଁ ଫର୍ମ ନମ୍ବର 6-ଖ ରେ ଆବେଦନ କରିବା ପାଇଁ ନିବେଦନ କରାଯଇଛି | ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟରେ 4ଟି ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ କରାଯିବ | ଏହି ସ୍ୱତନ୍ତ ଅଭିଯାନ ନଭେମ୍ବର 05,11,19 ଓ 25 ତାରିଖ ହେବ | ଉକ୍ତ ଦିନ ମାନଙ୍କ ରେ ବୁଥ ସ୍ତରୀୟ ଅଧିକାରୀ ମାନେ ସମ୍ପୃକ୍ତ ବୁଥ ରେ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟର ତାଲିକା ରେ ନାମ ପଞ୍ଜିକରଣ ସହିତ ଅନ୍ୟାନ୍ୟ ସମସ୍ତ ସହାୟତା ଯୋଗାଇଦେବେ | ଏତଦ ବ୍ୟତୀତ ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟ୍ୟରେ ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ଯାଇ ମଧ୍ୟ ଭୋଟର ସଂଶୋଧନ ତଥା ନୂତନ ଭୋଟର ମାନଙ୍କ ନାମ ପଞ୍ଜିକରଣ ପାଇଁ ପଦକ୍ଷେପ ନେବେ |

ଏହି ଅବସରରେ ଜିଲ୍ଲାପାଳ ଚିଠା ଭୋଟର ତାଲିକା ଆସନ୍ତା କାଲି ପ୍ରକାଶନ ହେବ ବୋଲି ପ୍ରକାଶ କରିଥିଲେ | ଉକ୍ତ ଚିଠା ଭୋଟର ତାଲିକା କୁ ସମ୍ପୃକ୍ତ ବୁଥ ମାନଙ୍କ ରେ ଜନସାଧାରଣ ଙ୍କ ଅବଗତି ନିମନ୍ତେ ପ୍ରକାଶନ ହେବା ସହିତ ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ଯୋଗାଇ ଦିଆଯିବ ଯଦ୍ୱାରା ନିଜ ଅଂଚଳ ର ଚିଠା ଭୋଟର ତାଲିକା ସମ୍ଭନ୍ଧୀୟ ଯଦି କିଛି ଆପତ୍ତି ଅଭିଯୋଗ ଥାଏ ତେବେ ସେ ସମ୍ପର୍କ ରେ ଅବଗତ କରାଇବେ |ଏହି ଆପତ୍ତି ଅଭିଯୋଗ ଗୁଡିକ ଅକ୍ଟୋବର 27 ତାରିଖ ରୁ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ସେଗୁଡିକ ର ଶୁଣାଣି କରି ଡିସେମ୍ବର 26 ତାରିଖ ରେ ଏହାର ସମାଧାନ କରାଯିବ ଏବଂ ତ୍ରୁଟି ଶୁନ୍ୟ ଚୂଡାନ୍ତ ଭୋଟର ତାଲିକା ଆଗାମୀ ବର୍ଷ ଜାନୁଆରୀ 5 ତାରିଖ ରେ ପ୍ରକାଶନ ହେବ
ଏତଦ ବ୍ୟତୀତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳ ମାନଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଇ ସି ଆଇ ଏଲ ଇଂଜିନିୟର ମାନଙ୍କ ଦ୍ୱାରା ଦେବେନ୍ଦ୍ରପୁର ଠାରେ ନଭେମ୍ବର ଏକ ତାରିଖ ରୁ ପ୍ରଥମ ସ୍ତରୀୟ ଇ ଭି ଏମ ଏବଂ vvpats ଚେକିଂ ଆରମ୍ଭ ହେବ | ଏଥିରେ 5993 ଟି BUs,5989 ଟି CUs ଏବଂ 6500 ଟି VVPATs ପରୀକ୍ଷା କରାଯିବା ସହ ଓ ମକ ପୋଲ କରାଯିବ |ଉକ୍ତ ମକ ପୋଲ ରେ ସରକାରୀ ଅଧିକାରୀ ଓ ରାଜନୈତିକ ଦଳ ର ପ୍ରତିନିଧି ମାନେ ଅଂଶ କରିବା ସହିତ ଇଭିଏମର ଯାନ୍ତ୍ରିକ ସଠିକତା ସମ୍ଭନ୍ଧ ରେ ଅବଗତ ହୋଇ ପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ |

ଆଜିର ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ଡେପୁଟି କଲେକଟର, ନିର୍ବାଚନ ଶ୍ରୀମତୀ ସାଇ ସ୍ମିତା ଉପାଧ୍ୟାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |