Onn 3

ଚିନ୍ତା ବଢ଼ାଇଲେଣି ଚକଡ଼ା, ଗଣ୍ଠି ପୋକ

State

images

ଚମ୍ପୁଆ : କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚକଡ଼ା ଓ ଗଣ୍ଠି ପୋକ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ଏହି ରୋଗ ଧାନକ୍ଷେତକୁ ଉଜାଡ଼ି ଦେଉଥିବା ବେଳେ ରୋଗ ପ୍ରତିରୋଧକ ପାଇଁ କୃଷି ବିଭାଗ ପକ୍ଷରୁ କରାଯାଉଥିବା ଉଦ୍ୟମ ସଫଳ ହୋଇପାରୁନାହିଁ। ଫଳରେ ଖର୍ଚ୍ଚ ତୁଳନାରେ ଆବଶ୍ୟକ ଅମଳକୁ ନେଇ ଚାଷୀ ଆଶଙ୍କାରେ ରହିଛନ୍ତି।
ଅନୁଯାୟୀ, ଚମ୍ପୁଆ ବ୍ଲକ୍‌ର ଜାଲି ପଞ୍ଚାୟତର ଟାଙ୍ଗରବନ୍ତଳା, ନିଶ୍ଚିନ୍ତପୁର, ବର୍ଦ୍ଧନା, ଜଜପୋଶି ପଞ୍ଚାୟତର କଙ୍କଡ଼ା, ବାଉଟିଆପଦା, ବଳା, ବୁଢ଼ାମରା, ସଡ଼ଙ୍ଗି ପଞ୍ଚାୟତର ସଡ଼ଙ୍ଗି, ଖୁଣ୍ଟାପଡ଼ା, ନିଉଣ୍ଡି, ଅଙ୍କୁଡ଼ି, ଭୁଇଁପୁର ପଞ୍ଚାୟତର ଭୁଇଁପୁର, ଟାଙ୍ଗରନାଳି, କମଣ୍ଡ (କ) ଓ (ଖ), ଭଦପୋଶି, ଜ୍ୟୋତିପୁର ପଞ୍ଚାୟତର ଜ୍ୟୋତିପୁର, ବଣକାଟି, ଗୋବିନ୍ଦପୁର, କାଳିକାପ୍ରସାଦ ପଞ୍ଚାୟତର ବସିରା, ଭଣ୍ଡା ପଞ୍ଚାୟତର କଂସରା, ସୁନାପୋଶି ପଞ୍ଚାୟତର ସୁନାପୋଶି, ବଡ଼ନଇ ପଞ୍ଚାୟତର ସାନନଇ (କ) ଓ (ଖ), ବଡ଼ନଇ, ସରେଇ ପଞ୍ଚାୟତର ସରେଇ, କରଞ୍ଜିଆ ପଞ୍ଜାୟତର କରଞ୍ଜିଆ, କାଟୁଳିକନା, କାଶିପାଳ ପଞ୍ଜାୟତର କାଶିପାଳ ପ୍ରମୁଖ ଅଞ୍ଚଳର ପ୍ରାୟ ୬୦ ଏକର ଜମି ପୋକ ଦ୍ୱାରା ପ୍ରଭାବିତ ହୋଇଛି। ୫୧ ହେକ୍ଟର ଜମିରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି। ମାତ୍ର ଏଥିରେ କୌଣସି ଫଳ ମିଳିନଥିବା ଚାଷୀ କହିଛନ୍ତି। ବ୍ଲକ୍‌ କୃଷି ଅଧିକାରୀ ନୀଳ ମାଧବ ଦାଶ କହିଛନ୍ତି, ଚଳିତ ବର୍ଷ ଅଞ୍ଚଳରେ ଚକଡ଼ା ଓ ଗଣ୍ଠି ପୋକ ଦ୍ୱାରା ପ୍ରାୟ ୬୦ ହେକ୍ଟର ଜମି ପ୍ରଭାବିତ ହୋଇଥିଲା। କୃଷି ବିଭାଗ ପକ୍ଷରୁ କ୍ଷେତ ପରିଦର୍ଶନ କରାଯାଇ ରୋଗ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ସହ ସବ୍‌ସିଡିରେ କୀଟନାଶକ ପ୍ରଦାନ କରାଯାଉଛି।