Onn 3

ଟୋଲ୍‌ପ୍ଲାଜାରେ ଫାଙ୍କା ଗୁଳି ଚାଳନା, ଧରାପଡ଼ିଲେ ୪

State

firing

ପିପିଲି  : ପୁରୀ-ଭୁବନେଶ୍ବର ୩୧୭ ନମ୍ବର ଜାତୀୟ ରାଜପଥରେ ପିପିଲି ନିକଟରେ ଅବସ୍ଥିତ ଟୋଲ୍‌ ପ୍ଲାଜାରେ ଆଜି ଗୁରୁବାର ଭୋର୍‌ରୁ ପଇସା ନେଣଦେଣକୁ ନେଇ ଫାଙ୍କା ଗୁଳି ଚାଳନା ହୋଇଛି। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଗୋଟିଏ କାର୍‌ରେ ଡ୍ରାଇଭର ସମେତ ୭ ଜଣ ଯୁବକ ଭୁବନେଶ୍ବରରୁ ପୁରୀ ଯାଉଥିଲେ। ଟୋଲ୍‌ପ୍ଲାଜାରେ ଟଙ୍କାକୁ ନେଇ କର୍ମଚାରୀ ଏବଂ ଉକ୍ତ ଯୁବକଙ୍କ ବଚସା ହୋଇଥିଲା।

ପରେ ସେମାନେ କାର୍‌ରୁ ଓହ୍ଲେଇ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ପରେ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗୋପ, ପିପିଲି, ବଳଙ୍ଗା, ଏବଂ ସମସ୍ତ ଅଞ୍ଚଳରେ ପିସିଆର ଘେରାବନ୍ଦୀ କରିଛି। ପରେ ନିମାପଡ଼ା ପୋଲିସ ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ବ୍ୟବହୃତ କାର୍‌,ଖୋକା,ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।