Onn 3

ଏପ୍ଲାଏଡ ଫିଜିକ୍ସ ଛାତ୍ରଛାତ୍ରୀଙ୍କୁ ଇକ୍ୟୁଭାଲେଣ୍ଟ ସାର୍ଟିଫିକେଟ୍ ପ୍ରଦାନରୁ ବଞ୍ଚିତ

State

ମାରିସା ପକ୍ଷରୁ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଦାବୀପତ୍ର ପ୍ରଦାନ

ବାରିପଦା: ମାସ୍‌ ଆଦିବାସୀ ରିଭୋଲ୍ଯୁସନାରୀ ଯୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିସେନ (ମାରିସା) ପକ୍ଷରୁ ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଲକ୍ଷ୍ମୀଧର ଗିରିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ୨୦୧୬ ମସିହାରୁ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏପ୍ଲାଏଡ୍‌ ଫିଜିକ୍ସ କୋର୍ସ ଖୋଲିଛି । କିନ୍ତୁ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ଏପ୍ଲାଏଡ୍‌ ଫିଜିକ୍ସ ଛାତ୍ରଛାତ୍ରୀଙ୍କୁ ଇକ୍ୟୁଭାଲେଣ୍ଟ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିବା ବେଳେ ଏମ୍.ପି.ସି. ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇନାହିଁ । ଯାହାଫଳରେ ଏସ୍‌.ଏସ୍.ବି. ପି.ଜି.ଟି. ଅଧ୍ୟାପକ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି । ସୂଚନାମୁତାବକ ଚଳିତବର୍ଷ ପିଜିଟି ଅଧ୍ୟାପକ ନିଯୁକ୍ତି ନିମନ୍ତେ ତା-୧୪/୧୦/୦୨୩ରିଖ ଦିନ ଉଚ୍ଚଶିକ୍ଷା ବିଭାଗ ଓଡିଶାର ଷ୍ଟେଣ୍ଟ ସିଲେକ୍ସନ ବୋର୍ଡ ଡିପାର୍ଟମେଣ୍ଟ ପକ୍ଷରୁ ପତ୍ରସଂଖ୍ୟା -ଏସ୍‌.ଏସ୍‌.ବି (ଇ.ଏକ୍ସ) ୨୧/୨୩ ୧୧୦୦ ବିଜ୍ଞପ୍ତି ଅନୁସାରେ ଯେକୌଣସି ପ୍ରାର୍ଥୀ ନିର୍ଦ୍ଧିଷ୍ଟ ବିଷୟର ସାର୍ଟିଫିକେଟ୍ ପ୍ରଦାନ କରିନପାରିଲେ ସେହି ବିଷୟର ଇକ୍ୟୁଭାଲେଣ୍ଟ ସାର୍ଟିଫିକେଟ୍ ପ୍ରଦାନ କରିପାରିବେ ବୋଲି ନିର୍ଦ୍ଦେଶନାମା ଅଛି । ଏଠାରେ ହଜାର ହଜାର ଆଦିବାସୀ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ଅଧ୍ୟାପକ ହେବାପାଇଁ ଦିନରାତି ପରିଶ୍ରମ କରୁଛନ୍ତି ।

ଏଭଳି ପରିସ୍ଥିତିରେ ସାର୍ଟିଫିକେଟ ପ୍ରଦାନ ନ କରିବା ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିରାଶ କରିଛି । ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ବିଶ୍ଵବିଦ୍ୟାଳୟ ତରଫରୁ ସାର୍ଟିଫିକେଟ୍ ପ୍ରଦାନ କରିବାପାଇଁ ମାରିସା ପକ୍ଷରୁ ଦୃଢ ଦାବୀ କରାଯାଇଛି । ନଚେତ୍ ଛାତ୍ରଛାତ୍ରୀଙ୍କ ହକ୍ ପାଇଁ ଆଗାମୀ ଦିନରେ ମାରିସା ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ତୋଫାନ୍‌ ହେମ୍ବ୍ରମ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ସମେତ ଜିଲ୍ଲା ସଭାପତି ତୋଫାନ ହେମ୍ବ୍ରମ, ଚାନ୍ଦ ତାରାଶ ବାସ୍କେ, ଲିଟୁ ହାଁସଦାଃ, ମଙ୍ଗଲ ବେଶ୍ରା, ସଞ୍ଜୟ ସିଂ, ମାଶାଙ୍ଗ ସୋରେନ୍, ଜୟରାମ ମାର୍ଣ୍ଡି,କ୍ରିଷ୍ଣା କିସ୍କୁ,ଅଜିତ୍‌ ଟୁଡ଼ୁ, ରାଜେଶ ବେଶ୍ରା, ନବ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।