Onn 3

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

State

ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କୁ କାର୍ଯ୍ୟରେ ଯୋଗଦାନ ପରିପ୍ରେକ୍ଷୀରେ ସ୍ୱାଗତ ସମ୍ବର୍ଦ୍ଧନା

ବାରିପଦା : ମୟୁରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରୁଦ୍ର ନାରାୟଣ ମହାନ୍ତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏଥି ସହିତ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଙ୍କୁ ମଧ୍ୟ ଆଜି ଅପରାହ୍ନରେ ଜିଲ୍ଲlପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଶ୍ରୀ ମହାନ୍ତିଙ୍କ ପାଇଁ ଏକ ବିଦlୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ତତ୍ସହିତ ଶ୍ରୀ ମଲ୍ଲିକଙ୍କୁ ଏହି ସଭାରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା। ଶ୍ରୀ ମହାନ୍ତିଙ୍କ ବିଦାୟକାଳୀନ ସଭାରେ, ଜିଲ୍ଲାପାଳ ଶ୍ରୀ ଭିନୀତ ଭରଦ୍ୱାଜ ତାଙ୍କୁ ଏକ ଦକ୍ଷ ପ୍ରଶାସକ ତଥା ଏକ ଉତ୍ତମ ମଣିଷ ବୋଲି ବ୍ୟାଖ୍ୟାକରିବା ସହିତ, ଶ୍ରୀ ମହାନ୍ତିଙ୍କର ଆଗାମୀ କାର୍ଯ୍ୟ ସ୍ଥଳୀରେ ଉପାଦେୟତା ବଜାୟ ରହୁ ବୋଲି ଆଶା ପୋଷଣ କରିବା ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ବିଦାୟ କାଳୀନ ଶୁଭେଚ୍ଛା ଜଣାଇ ଥିଲେ |

ଇତ୍ୟବସରରେ ଆଜି ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଓ ଏ ଏସ (ଏସ ) ମୟୁରଭଞ୍ଜ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ଶ୍ରୀ ମଲ୍ଲିକ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ରେ ପ୍ରଶାସନିକ ଅଧିକାରୀ ଭାବେ ସୁଚାରୁ ରୂପେ ତାଙ୍କ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରେ ଅବସ୍ଥାପିତ ଥିଲେ। ଆଜି ନୂତନ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟ ଭାର ଗ୍ରହଣ କରିବା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଉପବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ରୁଦ୍ର ନାରାୟଣ ମହାନ୍ତି,ଓ ଏ ଏସ (ଏସ ଏ ଜି ) ଯିଏକି ମୟୁରଭଞ୍ଜ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଭାବେ 2020 ମସିହା ରୁ କାର୍ଯ୍ୟ ତୁଲାଇ ଆସୁଥିଲେ, ଆଜି ସେ ତା’ଙ୍କ ଦାୟିତ୍ୱ ଶ୍ରୀ ମଲ୍ଲିକ ଙ୍କୁ ହସ୍ତାନ୍ତର କରିଛନ୍ତି ।ପ୍ରକାଶ ଥାଉକି ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ବର୍ତମାନ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟକରିବେ ଏବଂ ଖୁବ ଶୀଘ୍ର ସେ ନିଜ କାର୍ଯ୍ୟସ୍ଥଳୀରେ ଯୋଗଦାନ କରିବେ।ଆଜିର ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନର ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଜ ନିଜ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ |