Onn 3

ପି ସି ପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି – ୨୦୨୩ ଅନୁଷ୍ଠିତ

State

ବାରିପଦା: ବାରିପଦା ସହର ଅନ୍ତର୍ଭୁକ୍ତ ପୂର୍ଣଚନ୍ଦ୍ର ପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି – ୨୦୨୩ ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ଏହି ମହୋତ୍ସବକୁ ଉଦଘାଟନ କରିବା ସହ କୁନିକୁନି ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭାର ବିକାଶ ପାଇଁ ସୁରଭି ଏକ ଅଭିନଵ ପ୍ରୟାସ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥିଭାବେ ବି ଆର ସି ପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଂଜିତା ସୋରେନ କୁନି ପ୍ରତିଭା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସି ଆର ସି ସି ଧନଞ୍ଜୟ ସାହୁ ଓ ପି ସି ପୁର ସ୍କୁଲର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ପି ସି ପୁର କ୍ଲଷ୍ଟରରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମୋଟ ୧୨ ଟି ସ୍କୁଲର ପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I

ସେମାନଙ୍କ ମଧ୍ୟରୁ ଜୁନିୟର ବକ୍ତୃତା ଓ ଗୀତ ପ୍ରତିଯୋଗିତାରେ ପାଣ୍ଡେ ଉ ପ୍ରା ବିଦ୍ୟାଳୟର ବିଦ୍ୟୁତପ୍ରଭା ବାନାର୍ଜୀ, ସିନିୟର ପ୍ରବନ୍ଧ ତଥା ଓଡିଶା ମିଲେଟ ବକ୍ତୃତା ଓ ପ୍ରବନ୍ଧରେ ପି ସି ପୁର ର ପ୍ରତିଭା ପୃଷ୍ଟି, ସିନିୟର ବକ୍ତୃତା ଓ ଏମ ଡି ଏମ କଳା ଓ ହସ୍ତକର୍ମରେ ପି ସି ପୁର ର ସାଜନ ବେହେରା, କୁଇଜ ଜୁନିୟରରେ ତୁଳସୀଚୌରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭବାନୀ ଶଙ୍କର ମୁଖି ଓ ସିନିୟର ବିଭାଗରେ କମଳାନେହେରୁ ଉଚ୍ଚ ବିଦ୍ୟାଳୟର ରାନୀ ଦାସ, ସୃଜନଶୀଳ ଲିଖନ ଜୁନିୟର ବିଭାଗରେ ପି ସି ପୁର ସ୍କୁଲର ଶୁଭମ ଖଣ୍ଡେଇ, ସିନିୟର ବିଭାଗରେ କମଳାନେହେରୁ ସ୍କୁଲର ସୁଲୋଚନା ହାଁସଦା, ସିନିୟର ବିତର୍କରେ ସେହି ସ୍କୁଲର ଶୋବIନା ଖାତୁନ, ଓଡ଼ିଆ ହସ୍ତାକ୍ଷରରେ ରାଖାଲଗୋପ ଉଚ୍ଚ ବିଦ୍ୟାଳୟର ରୁଷିପ୍ରିୟା ସିଂହ, ଓଡିଶା ମିଲେଟ କୁଇଜରେ ତୁଳସୀଚୌରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭଶ୍ରୀ ସେନାପତି, ସିନିୟର ଗୀତ ପ୍ରତିଯୋଗିତାରେ କମଳାନେହେରୁର ସଞ୍ଜନା ସିଂହ, ଚିତ୍ରାଙ୍କନ ଜୁନିୟରରେ ପି ସି ପୁର ର ସପନ ପଢିଆରୀ ଓ ସିନିୟର ବିଭାଗରେ ସେହି ସ୍କୁଲର ଆଶିଷ ବିଶ୍ୱାଳ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ I ଉଦଯାପନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ସ୍ନେହଲତା ବେହେରା, କମଳାନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମାଧୁରୀ କେରକେଟା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I ସୌମ୍ୟ ଦାଶ ଓ ସୁମିତ୍ରା ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ପାଇଁ ସାହାଯ୍ୟ କରିଥିବା ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ସି ଆର ସି ସି ଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ I