Onn 3

ବାଘଡା ରୋଡ ଟ୍ରାଫିକ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ବରିଷ୍ଠ ନାଗରିକ

State

ସ୍ଥାୟୀ ସମାଧାନ ନିମନ୍ତେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ : ଜିଲ୍ଲାପାଳ

ବାରିପଦା :  ସ୍ଥାନୀୟ ବାଘଡ଼ା ରୋଡରେ ମନୁଷ୍ୟ କୃତ ଟ୍ରାଫିକ ସମସ୍ୟା ସମାଧନ ନେଇ ମଙ୍ଗଳବାର ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ବିନୀତ ଭର ଦ୍ୱାଜ ଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି।  ସତ୍ୟସାଇ ଛକରୁ ପାଣ୍ଡେ ମ ଇ ବିଦ୍ୟାଳୟ ପର୍ଯ୍ୟନ୍ତ ଦୁଇ କଡ଼ରେ ବସ ଠିଆ ହେବା ଯୋଗୁଁ ଯାତାୟତରେ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଥିବା ବେଳେ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣା ମା ନ ଘଟୁଛି l ଫଳରେ ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ, କଲେଜ୍  ପିଲା ଙ୍କ ଠୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି।  ଗମନ ଗମନ ର ସୁବିଧା ପାଇଁ ରାସ୍ତା ଧାରରେ ଥିବା ବହୁ ପୁରାତନ ଗଛକୁ କାଟି ରାସ୍ତା ସମ୍ପ୍ରସାରିତ କରା ଯାଇଥିଲl l ମାତ୍ର ରାସ୍ତା ସମ୍ପ୍ରସାରଣ ପରଠାରୁ ଏହି ରାସ୍ତାର ଉଭୟ ପାର୍ଶ୍ବରେ ବସ ତଥା ଅନ୍ୟାନ୍ୟ ଚାରି ଚକିଆ ଯାନ ବାହନ ରଖିବାରୁ ଦିନକୁ ଦିନ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି l ବୟସ୍କ ଲୋକମାନେ ସକାଳୁ ବୁଲି ବାହାରିବାକୁ ଭୟ କରିଛନ୍ତି l
ପୂର୍ବରୁ ଏ ନେଇ ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଅଞ୍ଚ୍ଚଲର ବରିଷ୍ଠ ନାଗରିକ ମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଦାବି କରୁଥିଲେ l  ସୌମ୍ୟକର ମହାପାତ୍ରଙ୍କ ଆବାହକତ୍ୱରେ  ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ସର୍ବଶ୍ରୀ ଶୁଭେନ୍ଦୁ ମହାପାତ୍ର, ଅଶୋକ କୁମାର ମହାନ୍ତି, ଶରତ କୁମାର ଦାସ, ପ୍ରଦୀପ ଆଚାର୍ଯ୍ୟ, ଚିତ୍ତ ରଞ୍ଜନ ମହନ୍ତ, ଅଭିଜିତ ମହାନ୍ତି, ଦୀପକ କୁମାର ନାଏକ, ନୀଳାଦ୍ରି ବିହାରୀ ଦଣ୍ଡପାଟ, ଲଳିତ କୁମାର ବାରିକ,  ଦିଲ୍ଲୀପ କୁମାର ପାତ୍ର, ଚାନ୍ଦ୍ରୟ ହାଁସଦା, ଦୋଳଗୋବିନ୍ଦ ବାରିକ ପ୍ରମୁଖ ଜିଲ୍ଲାପାଳଙ୍କୁ ସୌଜନ୍ୟ ସାକ୍ଷାତ୍ ପୂର୍ବକ ଏହି ସମସ୍ୟା ନେଇ ଆଲୋଚନା କରିଥିଲେ। ଜିଲ୍ଲାପାଳ ଏହି  ସମସ୍ୟା କୁ ହୃଦୟଙ୍ଗମ କରି ଏହାର ଖୁବ୍ ଶିଘ୍ର  ସ୍ଥାୟୀ ସମାଧାନ କରିବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି  ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଥାଉ କି ଟ୍ରାଫିକ ସମସ୍ୟା ନେଇ ରବିବାର ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏକାଠି ହୋଇ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ।