Onn 3

ଆନନ୍ଦ ଉଲ୍ଲାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ଲୋକାର୍ପିତ ହେଲା “ଆମ ଓଡିଶା ନବୀନ ଓଡିଶା ” ଯୋଜନା

State

ବାରିପଦା: ଆଜି ଓଡିଶା ର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଭିଡ଼ିଓ କନଫରେନ୍ସ ଜରିଆରେ ମୟୁରଭଞ୍ଜ ଜିଲ୍ଲା ରେ “ଆମ ଓଡିଶା ନବୀନ ଓଡିଶା “ଯୋଜନା ର ଲୋକାର୍ପିତ ହୋଇଛି | ଏହି କ୍ରମରେ ପ୍ରଥମ ପର୍ଯ୍ୟlୟ ରେ ଆଜି ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି, ବାଙ୍ଗରିପୋଷୀ, ବାରିପଦା, ମୋରଡା ଏବଂ ଉଦଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦା, ଶାମାଖୁଣ୍ଟା, ବଡ଼ସାହି, ବେତନଟୀ, ମୋରଡା, ରାସଗୋବିନ୍ଦପୁର, ସୁଳିଆପଦା, କୁଳିଅଣା, ବାଙ୍ଗରିପୋଷୀ, ଉଦଳା,କପ୍ତିପଦା,ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକ ରେ ଏହି ଯୋଜନା ର ଶୁଭାରମ୍ଭ ହୋଇଛି |
ଏହି ଯୋଜନା ରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଗ୍ରାମ ପଂଚାୟତ ର ସର୍ବାଙ୍ଗୀନ ଉନ୍ନତି ସକାଶେ 50 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମଂଜୁର କରିଛନ୍ତି ଯାହାକି ପଂଚାୟତ ର ଶିକ୍ଷାନୁଷ୍ଠାନ , ସ୍ୱାସ୍ଥ୍ୟ ସେବା, ଗମନାଗମନ, କଳାସ୍ଥାପତ୍ୟ,ଧର୍ମଅନୁଷ୍ଠାନ ସଂସ୍କୃତି ପରମ୍ପରା ଐତିହ୍ୟ ଇତ୍ୟାଦି ର ଉନ୍ନତି ସକାଶେ ବିନିଯୋଗ କରାଯାଇ ପ୍ରତ୍ୟେକ ଗ୍ରାମକୁ ସଶକ୍ତ କରିବାପାଇଁ ଲକ୍ଷ୍ୟ ରଖାଯାଇଛି | ଏହା ଫଳରେ ଗ୍ରାମାଞ୍ଚଳ ଲୋକ ମାନେ ମଧ୍ୟ୍ୟ ସହରାଞ୍ଚଳ ଲୋକ ମାନଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ପାଇପାରିବେ ଏବଂ ସେମାନଙ୍କ ଜୀବନ ଶୈଳୀ ରେ ବିକାଶ ଘଟିବ | ପ୍ରକାଶ ଥାଉକି ଏହି ଯୋଜନା ରେ ବଡ଼ସାହି, ବାଙ୍ଗରିପୋଷୀ, ବାରିପଦା, ମୋରଡା ଏବଂ ଉଦଳା ନିର୍ବାଚନ ମଣ୍ଡଳୀ ରେ 111 କୋଟି 50 ଲକ୍ଷ ବ୍ୟୟରେ 3 ହଜାର 81 ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି |

ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ବ୍ଲକ ଅନ୍ତର୍ଗତ ଦେବେନ୍ଦ୍ରପୁର ଠାରେ ଉକ୍ତ ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ର ଅଧ୍ୟକ୍ଷ ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟା ରେ ଲୋକମାନେ ଯୋଗ ଦେଇ ଏହି ଯୋଜନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି କୃତଜ୍ଞତା ଜଣାଇ ଥିଲେ | ଆଜି ଅନ୍ୟାନ୍ୟ 12 ଟି ବ୍ଲକ ମାନଙ୍କ ରେ ମଧ୍ୟ ଉକ୍ତ ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଜନପ୍ରତିନିଧି ଓ ଜନସାଧାରଣ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ |ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଓସ୍ୱାନ ହଲ ଠାରେ ଯୋଗ ଦେଇ ଆଭାସି ଜରିଆରେ ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଏହି ଯୋଜନା ର ସଫଳ ରୂପାୟନ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିବା ସହ ଏହି ଯୋଜନା କୁ ଜିଲ୍ଲା ରେ ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ |