Onn 3

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଦଳିଲେ ୧୬୦ଜଣ ଅତିରିକ୍ତ ତହସିଲଦାର

State

Govt.of-odisha-650x430

ଭୁବନେଶ୍ବର : ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୬୦ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି କରିଛନ୍ତି । ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବଦଳି ଓ ନିଯୁକ୍ତି ନୀତି ଆଧାରରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଓଡ଼ିଶା ରାଜସ୍ୱ ସେବାର ୧୬୦ଜଣ ଅଫିସରଙ୍କ ବଦଳି ହୋଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଭିନ୍ନ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ୧୬୦ଜଣ ଓଆରଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ଆସିଷ୍ଟାଣ୍ଟ କଲେକ୍ଟର, ଅତିରିକ୍ତ ତହସିଲଦାର ଓ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।
ଏହି ସମସ୍ତ ଓଆରଏସ୍ ଅଫିସରଙ୍କୁ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ସେମାନେ କାର୍ଯ୍ୟ କରୁଥିବା ସ୍ଥାନରୁ ରିଲିଭ୍ କରାଯାଇଛି । ନୂଆ ସ୍ଥାନରେ ଅକ୍ଟୋବର ୨୫ତାରିଖ ସୁଦ୍ଧା ଯୋଗ ଦେବାକୁ ଏହି ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ସେମାନେ ଅକ୍ଟୋବର ୨୭ତାରିଖରୁ ଆରମ୍ଭ ହେଉଥିବା ଫଟୋ ଇଲେକ୍ଟ୍ରୋରାଲ ରୋଲ୍ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଅଫିସରମାନଙ୍କ ବଦଳି ପାଇଁ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି କରିଛନ୍ତି ।