Rewr

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ତା-୫ –୨- ୨୦୨୦ ନଭେମ୍ବର ୨୩ ତାରିଖରେ ମୟୁରଭଞ ଜିଲା ଚାନ୍ଦୁଆ ଥାନା ଅଞ୍ଚଳରେ ରେ ଜନୈକା ୧୧ ବର୍ଷ ର ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବେଲପାଲ ଗ୍ରାମର ଜୀତେନ୍ଦ୍ର ଧୀର (୨୦) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୬ ଅଫ ପୋକସୋ ଆକ୍ଟ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ନାବାଳିକା ର ସମ୍ପର୍କୀୟ ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ପିଡୀତା ନାବାଳିକା ନିଜ ଘର ସମ୍ମୁଖରେ ଦିନବେଳେ ଖେଳୁଥିବା ସମୟରେ ଅଭିଯୁକ୍ତ ଜୀତେନ୍ଦ୍ର ଧୀର ତାକୁ ମିଛ ପ୍ରଲୋଭନ ଦେଖାଇ ତା ସାଙ୍ଗରେ ନେଇ ଗ୍ରାମ ପାଖରେ ଥିବା ଏକ ଜଙ୍ଗଲ ନିକଟରେ ତାକୁ ଧମକ ଚମକ ଦେଇ ତା ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏ ବାବଦରେ ଚାନ୍ଦୁଆ ଥାନାରେ କେସ ନମ୍ବର ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।