Onn 3

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

State

 

ys

ପିପିଲି: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ଆଉ ନାହାନ୍ତି ।  ଏହି ଦୁଃଖଦ ସୂଚନା ଦେଇଛନ୍ତି ତାଙ୍କର ପୁଅ ପ୍ରିୟବ୍ରତ ସାମନ୍ତରାୟ ।  ଯୁଧିଷ୍ଠିର ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

ଯୁଧିଷ୍ଠିର ସାମନ୍ତରାୟ ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଟାଣୁଆ ନେତା ଭାବେ ବେଶ ପରିଚିତ । ୧୯୮୪ ରୁ ୧୯୯୦ ପର୍ଯ୍ୟନ୍ତ ଥିଲେ ପିପିଲି ବ୍ଲକ ଚେୟାରମ୍ୟାନ ମଧ୍ୟ ଥିଲେ।  କଂଗ୍ରେସ ଟିକେଟରୁ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ । ଏହାପରେ ସେ ଏକାଧିକବାର ନିର୍ବାଚନ ଲଢିଥିଲେ ମଧ୍ୟ ହାରିଥିଲେ ।  ଲଗାତାର ୨୦୧୪ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

ଯାହା ବି ହେଉ, ତାଙ୍କର ବିୟୋଗ କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି । ଦଳ ଜଣେ  ଟାଣୁଆ ସଙ୍ଗଠକଙ୍କୁ ହରାଇଛି ।