Img 20250423 wa0210

ବିଚ୍ଛିନ୍ନାଞ୍ଚଳରେ ବରପୁତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦେଲେ ଓଡ଼ିଆ ଭାଇ

State

ବାରିପଦା: ବିଚ୍ଛିନ୍ନାଞ୍ଚଳ ତଥା ଝାଡ଼ଖଣ୍ଡର ପୂର୍ବ ସିଂଭୂମ ସମେତ ଜାମସେଦପୁରରେ ଓଡ଼ିଶାର ବରପୁତ୍ର ସମେତ ମାନଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ଦିନେଶ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶାସନ ଗମ୍ଭାରିଆ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ସମେତ ଗୁହ୍ୟାପାଳ , ବହଡ଼ାଗୋଡା ଖଣ୍ଡାମୌଦା, ପାଞ୍ଚରୋଳିଆ ଠାରେ ଥିବା ଭିନ୍ନ ଭିନ୍ନ ପ୍ରତିମୂର୍ତ୍ତି କୁ ସଫେଇ ଓ ସଂରକ୍ଷଣ କାର୍ଯ୍ୟ କରା ଯାଇଥିବା ବେଳେ ଜାମସେଦପୁରର ଉତ୍କଳ ଆସୋସିଏସନ୍ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ସଫେଇ ସହିତ ପ୍ରତିମୂର୍ତ୍ତି କୁ ଗଙ୍ଗାଜଳ ରେ ଧୋଇ ପରିଷ୍କାର କରି ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ମନୋରଞ୍ଜନ ଗିରି, ଲକ୍ଷ୍ମଣ ଚନ୍ଦ୍ର ଗିରି, କରାଳୀକିଙ୍କର ତ୍ରିପାଠୀ, ହରିପଦ ପାଲ, ରତିକାନ୍ତ ସିଟ୍, ଧିରେନ୍ ମାଇତି, ସୁଧାଂଶୁ ମହାପାତ୍ର, ନିଲେଶ ବେରା, ବିନାୟକ ଗିରି, ମନୋରଞ୍ଜନ ଗିରି, ତାରକାନନ୍ଦ ବେରା, ସୁଖେନ୍ଦୁ ବେରା, ରବୀନ୍ଦ୍ର ନାଥ ଦାସ, ସୀତାରାମ ମାଝୀ, ଦୀନବନ୍ଧୁ ସୋରେନ, ବାସୁ ମହାପାତ୍ର, ସୁଜିତ୍ ପାତ୍ର ,ବନମାଳୀ ବେରା, ଆଶିଷ ମିଶ୍ର, ଆକୁଲ ଧଡା, ବିଜନ ଧଡ଼ା , ଶକ୍ତିପଦ ଦାସ, ହିମାଂଶୁ ପ୍ରହରାଜ, ବାବୁଲୁ ଉପାଧ୍ୟାୟ, ବାବୁଲୁ ପଣ୍ଡା, ଶଙ୍କର୍ଷଣ ଉପାଧ୍ୟାୟ, ବ୍ରଜରାଜ ପଣ୍ଡା, ଶଶଧର ଉପାଧ୍ୟାୟ, ବିମଳ ସାହୁ ପ୍ରମୁଖ ସହଯୋଗ କରିଥିଲେ।