ଏହି ମାଛ ଗଭୀର ସମୁଦ୍ରରେ ଦେଖାଯାଏ । ଏହି ମାଛରୁ ଔଷଧ ତିଆରି ହୋଇଥାଏ । ବିଦେଶରେ ଏହି ମାଛର ଅଧିକ ଚାହିଦା ରହିଛି। ବଡ଼ ବଡ଼ ଔଷଧ ପ୍ରସ୍ତୁତକାରୀ କମ୍ପାନୀମାନେ ଏହାକୁ କିଣିଥାଆନ୍ତି। ଦିଘାର ମାଛ ବ୍ୟବସାୟୀ ନବ କୁମାର କହିଛନ୍ତି ଯେ ପୂର୍ବରୁ କିଛି କୋଇଭୋଲା ମାଛ ଧରାପଡ଼ିଥିଲେ। ସେଗୁଡ଼ିକର ଓଜନ ୩୦ରୁ ୪୦ କିଲୋ ମଧ୍ୟରେ ଥିଲା। ଆଜି ଏଠାରେ ଯେଉଁ କୋଇଭୋଲ ମାଛଟି ବିକ୍ରି ହେଲା, ତାହା ୨୦୦ କିଲୋ ଥିଲା।
ଦିଘା ମାଛ ମାର୍କେଟରେ ଆଜି ୨ କୁଇଣ୍ଟାଲ ଓଜନର ବିରାଟକାୟ କୋଇଭୋଲା ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।