Img 20240819 Wa0218

୨୧ବର୍ଷରେ ପଦାର୍ପଣ କଲା ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ୨୦୦୪ ମସିହାରେ ଆରମ୍ଭ ହୋଇଥିବା ନିଆରା ପରମ୍ପରା ଜଙ୍ଗଲରକ୍ଷା ବନ୍ଧନ ଉତ୍ସବ ୨୧ ବର୍ଷରେ ପଦାର୍ପଣ କରିଛି । ସାଂସ୍କୃତିକ ପରମ୍ପରା କୁ ନେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ନିମନ୍ତେ ଆରମ୍ଭ କରଯାଇଥିବା ଏହି ନିଆରା ପରମ୍ପରା ଆଜି ସାରା ଭାରତ ବର୍ଷ ର କୋଣ ଅନୁକୋଣରେ ପାଳିତ ହେଉଅଛି । ପାରମ୍ପାରିକ ପୂଜା ଅର୍ଚ୍ଚନା ପରେ ନିଜ ଗ୍ରାମ ପାର୍ଶବର୍ତ୍ତୀ ଜଙ୍ଗଲରେ ଗଛକୁ ରାକ୍ଷୀ ବାନ୍ଧି ତାର ସୁରକ୍ଷା ନିମନ୍ତ ଶପଥ ନେବାର ପରମ୍ପରା ବେଶ ମନଛୁଆଁ ଓ ଲୋକ ମାନଙ୍କ ମଧ୍ୟରେ ଜଙ୍ଗଲ ସୁରକ୍ଷା ର ବାର୍ତ୍ତା ପହଞ୍ଚାଇବାରେ ସଫଳ ହୋଇଅଛି । ମୟୂରଭଞ୍ଜ ଜିଲ୍ଲାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ମହାସଂଘ “ମାସ” ଜରିଆରେ କରାଯାଇଥିବା ୭୫୦ ଗ୍ରାମରେ ଜଙ୍ଗଲ ସୁରକ୍ଷା ଆନ୍ଦୋଳନ କୁ ସୁଦୃଢ କରିବାପାଇଁ ଏହି ନିଆରା ପରମ୍ପରା “ମାସ “ ର ସଭାପତି ବିବେକାନନ୍ଦ ପଟ୍ଟନାୟକ ଙ୍କ ପ୍ରତକ୍ଷ ତତ୍ବାବଧାନ ରେ ଆରମ୍ଭ କରାଯାଇଥିଲା ଓ ସେହି କାର୍ଯ୍ୟକ୍ରମ ଟିକୁ ମୟୂରଭଞ୍ଜ ଜିଲ୍ଲାରେ ଦୀର୍ଘ ୨୧ ବର୍ଷ ଧରି ପାଳନ କରିଆସୁଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନେକ ଜାଗାରେ ପାଳିତ ହେଉଥିବା ବେଳେ ଶୁଳିଆପଦା ବ୍ଲକ ହାତିମଡା ଗ୍ରାମରେ ଆଜି ଏକ ବିଶାଳ ଜଙ୍ଗଲ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ହାତୀମଡା ଓ ଏହାର ନିକଟବର୍ତ୍ତୀ ଜଙ୍ଗଲ ସୁରକ୍ଷା କମିଟି ନେଦାଶୋଳ, କେଉଟୁଣିମାରି, ପାକଟିଆ, କାଲାଝରି, ଗାଣ୍ଡିଆଡ଼ିହା, ମାରୁଡ଼ି, କିଆଝରି, ନଉପଦା, ଚାଉଳଦହଣ ର ଶତାଧିକ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦେଶକ ତଥା ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନାନୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଉପ ନିର୍ଦେଶକ ସମ୍ରାଟ ଗୌଡା, ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶ , ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ କୁମାର ବେଉରା, ବାଲେଶ୍ଵର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାର କାନ୍ତି ତୁଙ୍ଗ, ପୂର୍ବତନ କୃଷି ଉପ ନିର୍ଦ୍ଦେଶକ ମନୋଜ କୁମାର ଚାନ୍ଦ , ପୂର୍ବତନ କୃଷି ଉପ ନିର୍ଦ୍ଦେଶକ ସରୋଜ କୁମାର ମହାପାତ୍ର , ସ୍ପାର୍ଡା ସେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ତଥା ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ,ଦେଉଳି ରେଞ୍ଜ ଅଧିକାରୀ ବୁଦ୍ଧେଶ୍ଵର ନାଏକ , ବାରିପଦା ବନଖଣ୍ଡ ସହକାରୀ ଜଙ୍ଗଲ ସଂରକ୍ଷକ ରବି ନାରାୟଣ ମହାନ୍ତି , ସ୍ପାର୍ଡା ଅନୁଷ୍ଠାନ ର ସଞ୍ଜୟ ଦ୍ଵାରି, ମୋହନ ମୁର୍ମୁ, ହୃଦାନନ୍ଦ ସାହୁ, ସାଉନା ମାରଣ୍ଡୀ,ଜଙ୍ଗଲ ସଂଗଠକ ଶଙ୍କର ମହାନ୍ତ, ଜନ୍ମେଜୟ ମହାନ୍ତ,ପାନମଣି ହେମବ୍ରମ, ପାକଟିଆ ର ପୂର୍ବତନ ସରପଞ୍ଚ ବାସନ୍ତୀ ମୁଣ୍ଡା, ଓ ହାତୀମଡା କମିଟି ପକ୍ଷରୁ ଠାକୁରା ମାରଣ୍ଡୀ,ଗୋପାଳ ମାରଣ୍ଡୀ, ଖେଲା ହେମବ୍ରମ, ଗୁରୁଭା ହେମବ୍ରମ ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।