Onn 3

ମୋ ବସ୍‌ ଯାତ୍ରୀଙ୍କ ଠାରୁ ୨୦ ହଜାର ଲୁଟ୍

Crime State

 

purighat ps

କଟକ : ବଢ଼ୁଛି ଲୁଟେରାଙ୍କ ଉପଦ୍ରବ । ମୋ ବସ୍‌ରେ ପୁଣି ଲୁଟ୍ ହୋଇଛି । ଯାତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି । ଏନେଇ କଟକ ଜିଲ୍ଲା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ।

ଯାଜପୁର ଅଞ୍ଚଳର ଯାତ୍ରୀ ଦେବେନ୍ଦ୍ର ସହୁ କୌଣସି କାମରେ କଟକ ଆସିଥିଲେ । ନେତାଜୀ ସୁବାଷ ବୋଷ୍ ବସ୍ ଟର୍ମିନାଲରୁ ୧୮ ନମ୍ବର ରୁଟ୍ ମୋ ବସ ଧରି ବେଳେ ପୁରୀଘାଟ ଯାଉଥିଲେ । ଏହି ସମୟରେ ପୁରୀଘାଟ ଥାନା ନିକଟରେ ତାଙ୍କ ପକେଟମାର୍ ହୋଇଥିଲା । ଦୁର୍ବୃତ୍ତ ମାନେ ଦେବେନ୍ଦ୍ରଙ୍କ  ପକେଟ୍ ରୁ ୨୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ସେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମୋ ବସକୁ ଅଟକାଇ ଯାତ୍ରୀଙ୍କୁ ତଲାସୀ ନେଉଛି ।