Onn 3

ସୁନ୍ଦରୀଙ୍କ ମାୟାଜାଲରେ ଫସିଲେ ଦୁଇ ବିଏସ୍‌ଏଫ୍‌ ଯବାନ

Crime State

 

jaw

ଭଦ୍ରକ : ହନିଟ୍ରାପରେ ବିଏସ୍‌ଏଫ୍‌ ଯବାନ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ସୁନ୍ଦରୀଙ୍କ ମାୟାଜାଲରେ ପଡିଛନ୍ତି ଏକାଧିକ ଯବାନ । ଦେଇଥିବା ଟଙ୍କା ମାଗିବାକୁ ମିଳୁଛି ମିଛ କେସ୍‌ର ଧମକ ।ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଉଦୟଗିରି ଅଞ୍ଚଳର ସନ୍ତୋଷ କୁମାର ରଣସିଂହ ନାମକ ଯୁବକ ସୋସିଆଲ୍‌ ମିଡିଆରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଣ୍ଡେଇପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ବନ୍ଧୁତା କରିଥିଲେ । ୨୦୨୨ରେ ଚିହ୍ନା ହେବା ପରେ ଫୋନ୍‌ ମାଧ୍ୟମରେ କଥା ହେଉଥିଲେ । ଏହି ସମୟରେ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କର ଦୁର୍ଘଟଣା ହୋଇଛି କହି ୫ ଲକ୍ଷ ଟଙ୍କା ସହାୟତା ମାଗିଥିଲେ । ଯୁବକ ଜଣକ ଯୁବତୀଙ୍କ ସରଳ କଥାରେ ତାଙ୍କ ମାଆଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଏପ୍ରିଲ୍‌ ମାସ ୫ ତାରିଖରେ ୨ ଲକ୍ଷ ଦେଇଥିଲେ । କିଛି ଦିନ ପରେ ପୁଣି ଯୁବତୀ ଜଣଙ୍କ ବାପାଙ୍କ ଚିକିତ୍ସା ଲାଗି ଆଉ କିଛି ଟଙ୍କା ମାଗିଥିଲେ । ଯୁବକ ଜଣଙ୍କ ବିଭିନ୍ନ ସମୟରେ ଯୁବତୀ ଏବଂ ଅନ୍ୟ ଏକ ଫୋନ୍‌ ପେ ମାଧ୍ୟମରେ ଟଙ୍କା ଦେଇଥିଲେ ଯବାନ । ଯୁବକ ଜଣଙ୍କ ମୋଟ ୪ ଲକ୍ଷ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ।

ଯୁବକ ଜଣ ଛୁଟିରେ ଆସିବା ଯୁବତୀଙ୍କୁ ଟଙ୍କା ମାଗିଥିଲେ । ଯୁବତୀ ତାଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ଅଣ୍ଡେଇପଲ୍ଲୀ ଗାଁକୁ ଡାକିଥିଲେ । ଯୁବକ ଜଣଙ୍କ ଘରକୁ ଯିବା ପରେ ଟଙ୍କା ନାହିଁ ଚେକ୍‌ ନେଇଯାଅ ବୋଲି ଯୁବତୀ କହିଥିଲେ । ଯୁବତୀ ତାଙ୍କ ମାଆଙ୍କ ନାଁରେ ଏକ ଚେକ୍‌ ଦେଇଥିଲେ । କିନ୍ତୁ ଏହା ବାଉନ୍‌ସ ହୋଇଯାଇଥିଲା । ପରେ ଯୁବକ ଜଣଙ୍କ ଗ୍ରାମାଞ୍ଚଳ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛି । ପୋଲିସ ଘଟଣାର ତଦନ୍ତ କରି ଠକାମୀର ଶିକାର ନହେବା ପାଇଁ ନିବେଦନ କରିଥିଲେ ।

ଅନ୍ୟପଟେ ସମାନ ଭାବେ ଆଉ ଜଣେ ଯବାନ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣ ମଧ୍ୟ ସମାନ ନାମକ ଯୁବତୀଙ୍କ ନାଁରେ ଅଭିଯୋଗ କରିଛନ୍ତି ।