Img 20240527 Wa0297

ବିଜେଡି ମହିଳା କର୍ମୀ ଙ୍କ ସ୍କୁଟି ରେଲି ରେ ଜୋରଦାର ପ୍ରଚାର

State

ବାରିପଦା: ନିର୍ବାଚନୀ ର ତାରିଖ ଯେତେ ପାଖେଇ ଆସୁଛି ପ୍ରଚାର ମୋଇଦାନ ସେତେ ସର୍ଗରମ ହେବାରେ ଲାଗିଛି l ଚଳିତ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡି ଦଳୀୟ କର୍ମୀଙ୍କ ଉତ୍ସାହ ମଧ୍ୟ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି l ଆଜି ମୟୁରଭଞ୍ଜ ଜିଲ୍ଲା ବିଜେଡି ମହିଳା ସଭାପତି ଦୀପ୍ତିଲତା ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚଶହ ରୁ ଉର୍ଦ୍ଧ ବିଜେଡି ମହିଳା କର୍ମକର୍ତାଦ୍ୱାରା ଏକ ବିଶାଳ ସ୍କୁଟି ରେଲି ବାରିପଦା ସ୍ଥିତ ଏନ. ଏଚ ଜୁବୁଲି ପେଟ୍ରୋଲ ପମ୍ପ ପାଖରୁ ଆରମ୍ଭ ହୋଇ ଦାରୋଗାଡlହି, ଭଂଜପୁର ଦେଇ ବିଜେଡି କାର୍ଯ୍ୟାଳୟ ଓ ବିଜୁ ପଟ୍ଟନାୟକ ଗୋଲାଈ ଦେଇ ପୁରା ସହର ପରିକ୍ରମା କରି କରି ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ଙ୍କ ପାଇଁ ଜୋରଦାର ପ୍ରଚାରପ୍ରସାର କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ଅନ୍ୟ ବରିଷ୍ଠ କର୍ମକର୍ତାଗଣ, ଯୁବ, ଛାତ୍ର, ମହିଳା ଏବଂ ବିଭିନ୍ନ ସଂଗଠନର ନେତୃମଣ୍ଡଳୀ ସହଯୋଗ କରିଥିଲେ l