Onn 3

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ ଲାଗୁ

State

 

srimandir

ପୁରୀ: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ଆସନ୍ତା ଜାନୁଆରୀ ୧ ତାରିଖରୁ କଡାକଡି ଭାବେ ଲାଗୁ ହେବ ଏହି ନିର୍ଦ୍ଦେଶ। ଆସନ୍ତାକାଲି ଠାରୁ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନ କରାଯିବ। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ। ଯେଉଁ ଭକ୍ତ ଶାଳୀନତାର ପୋଷାକ ପିନ୍ଧି ନ ଥିବେ ସେମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମନା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି।