R I Sangha Gives Sambardhana To Collector

ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ନୂତନ ଜିଲାପାଳ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

State

ବାରିପଦା: ଆଜି ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ମୟୁରଭଞ ପକ୍ଷରୁ ନୂତନ ଜିଲାପାଳ ହେମକାନ୍ତ ସଏ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବା ସହ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଜିଲାପାଳ ଙ୍କୁ ସେମାନଙ୍କର ପୂର୍ବରୁ ଥିବା ଦାବୀ ବିଷୟରେ ଜଣାଇଥିଲେ । ଦାବୀ ଗୁଡିକ ମଧ୍ୟରେ ପୁରୁଣା ଆଇ ଆଇ କାର୍ଯ୍ୟାଳୟ ଗୁଡିକର ପୂନ୍ନ ଗଠନ ଏବଂ ବହୁଦିନରୁ ଅଟକି ରହିଥିବା ରାଜସ୍ୱ କର୍ମଚାରୀ ମାନଙ୍କର ଆପୋଷ ମଧ୍ୟରେ ବଦଳୀ କୁ ନେଇ ଜିଲାପାଳ ଙ୍କୁ ଜଣାଇଥିଲେ । ଜିଲାପାଳ ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟ୍ୟକ୍ରମରେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ର ସଭାପତି ପଙ୍କଜ କୁମାର ନାଥ , ସଂପାଦକ ବିଭୀଷଣ ସାହୁ ଙ୍କ ସହ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା , ରାଜସ୍ୱ ପରିଦର୍ଶକ , ରାଜସ୍ୱ ନିରୀକ୍ଷକ ମାନେ ଉପସ୍ଥିତ ରହିଥିଲେ ।