Onn 3

ଭଦ୍ରକରୁ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Crime State

ଭଦ୍ରକ: ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା। ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ପାଟ୍ରୋଲିଂ ବେଳେ ବ୍ରାଉନ ସୁଗାର ଜବତ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପାସ୍ଥିତ ରମ୍ବିଳା ଛକ ନିକଟରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ସେହି ସମୟରେ ବାଲେଶ୍ଵର ଆଡୁ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ଭଦ୍ରକ ଆସୁଥିଲେ। ପୋଲିସ ସେମାନଙ୍କୁ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା।

ହେଲେ ଏହି ସମୟରେ ପୋଲିସ ତଲାସୀ ନେଉଥିବା ଦେଖି ଜଣେ ଯୁବକ ବାଇକ ନେଇ ଫେରାର ହୋଇ ଯାଇଥିଲା। ଅନ୍ୟ ଜଣେ ଯୁବକକୁ ତଲାସୀ ନେବା ସମୟରେ ପୋଲିସ ୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା। ପରେ ଯୁବକକୁ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ତେବେ ଉକ୍ତ ଯୁବକକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।