Onn 3

୨ ଦିନିଆ ବଲାଙ୍ଗିର ଗସ୍ତରେ 5T ସଚିବ

State

ବଲାଙ୍ଗିର: ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ 5t ସଚିବ ଭିକେ ପଣ୍ଡିଆନ । ପ୍ରଥମରେ ତୁଷୁରାରେ ପହଞ୍ଚି ସମଲେଶ୍ବରୀ ମନ୍ଦିରକୁ ଯାଇ ସମଲେଶ୍ବରୀ ମାଁଙ୍କୁ ଦର୍ଶନ କରିବା ସହ ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି । ଆଜି ବେଳପଡା ଓ ଟିଟିଲାଗଡ଼ ରେ ସାଧାରଣ ଜନଶୁଣାଣୀରେ ଯୋଗଦେବେ ପରେ ସେ ହରିଶଙ୍କରକୁ ଯାଇ ମନ୍ଦିର ପରିଦର୍ଶନ କରିଛନ୍ତି । ହରିଶଙ୍କରରେ ପହଂଚିବା ପରେ ହଜାର ହଜାର ଲୋକ ଭବ୍ୟ ସ୍ବାଗତ କରିଥିଲେ । ପୂଜକଙ୍କ ଦ୍ବାରା କରାଯାଇଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପାଣ୍ଡିଆନ । ପରେ ଲୋକଙ୍କ ଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରିଥିଲେ । ଏହାପରେ ହରିଶଙ୍କର ପୀଠର ଉନ୍ନତି ନେଇ ସମୀକ୍ଷା କରିଥଲେ ।

ଵଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ଓ ଜରାସିଙ୍ଗାରେ ସାଧାରଣ ସଭା କାର୍ଯ୍ୟକ୍ରମ । ସେହିପରି ଆସନ୍ତା କାଲି ବଲାଙ୍ଗିର ସମଲେଶ୍ବରୀ ମନ୍ଦିର , କୋଶଲ କଲାମଣ୍ଡଳ ପଡିଆ , ଵଲାଙ୍ଗିରର ଲାଇଭ ଲାଇନ କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବୁଲି ଦେଖିବେ । ଏପରି ଦୁଇ ଦିନିଆ କାର୍ଯ୍ୟକ୍ରମ ରହିଛି ।