Order Decree Judgement 1

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ ଆର୍ଥିକ ଦଣ୍ଡାଦେଶ ସମେତ କାରାଦଣ୍ଡ

State

ବାରିପଦା: ଆଜି ତିନିଗୋଟି ଚେକ ବାଉନ୍ସ ମମଲାର ବିଚାର କରି ମାନ୍ୟବର ପ୍ରଥମ ଶ୍ରେଣୀ ବିବାର ବିଭାଗୀୟ ମାଜିଷ୍ଟେଟ ଦୀପାଳି ଦାସ ଅଭିଯୁକ୍ତ ମୟୁରଭଞ ଜିଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଓାର୍ଡ ନମ୍ବର ୫ ଶାସ୍ତ୍ରୀ ମାର୍କେଟ ଅଞ୍ଚଳର ସତ୍ୟବ୍ରତ ପଟ୍ଟନାୟକ ଙ୍କୁ ତିନିଗୋଟି ଚେକ ବାଉନ୍ସ ମମଲରେ ପ୍ରତ୍ୟେକରେ ଏକ ବର୍ଷ ଲେଖାଏ ମୋଟ ୩ ବର୍ଷ କାରାଦଣ୍ଡ ସମେତ ମୋଟ ୧୯,୧୨୦୦୦(ଉଣେଇଶ ଲକ୍ଷ ବାର ହଜାର) ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅର୍ଥ ଅନାଦେୟ ଅଧିକ ତିନି ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲେଖ କରାଯାଇଅଛି ।

ସୂଚନା ଯୋଗ୍ୟ କି ଅଭିଯୁକ୍ତ ସତ୍ୟବ୍ରତ ପଟ୍ଟନାୟକ ମୋବାଇଲ ବ୍ୟବସାୟ ଦେୟ ବାବଦକୁ କୋଷ୍ଠା ଅଞ୍ଚଳର ଫ୍ରାନସିସ ସାଥୁଆ ଙ୍କୁ ତିନି ଗୋଟି ଚେକ ଯଥାକ୍ରମେ ୩,୨୫୦୦୦, ୩,୩୧୦୦୦ ଏବଂ ୩,୦୦୦୦୦ ଟଙ୍କା ପ୍ରଦାନ କରିଥିଲେ । ଏହି ଚେକ ଗୁଡିକ ବାଉନ୍ସ ହୋଇଯିବାରୁ ଅଭିଯୋଗକାରୀ ମାନ୍ୟବର ଏସଡିଜେଏମ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଏସଡିଜେଏମ ଙ୍କ ନିର୍ଦ୍ଧେଶକ୍ରମେ ଉକ୍ତ କେସ ଗୁଡିକ ପର୍ଯ୍ୟାୟକ୍ରମେ ମାନ୍ୟବର ବାରିପଦା ଜେଏମଏଫସି କୋର୍ଟ ରେ ବିଚାରାଧିନ ଥିଲା । ଆଜି ସମସ୍ତ ସାକ୍ଷ୍ୟ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସ କୁ ଲ୍ୟାମ୍ପସ ପକ୍ଷରୁ ଆଇନଜିବୀ ବଟକୃଷ୍ନ ପାଢୀ ପରିଚାଳନା କରୁଥିଲେ ।